ଖଲ୍ଲିକୋଟ ୩୧।୧୦: ବନ୍ୟା ବିପନ୍ନ ଲୋକଙ୍କ ସ୍ଥିତି ପରଖିବାକୁ ଯାଇ ଲୋକଙ୍କ ଆକ୍ରୋଶର ଶିକାର ହେଲେ ବିଧାୟକ । ଗଞ୍ଜାମ ପୁରୁଷୋତ୍ତମପୁର ଠାରେ ଖଲ୍ଲିକୋଟ ବିଧାୟକଙ୍କୁ ଆକ୍ରମଣ । ବେକରେ ଗାମୁଛା ପକାଇ ଟାଣି ନେଲେ ଉତ୍ତ୍ୟକ୍ତ ଲୋକେ ।

ଶନିବାର ଅପରାହ୍ନରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ପୁରୁଷୋତ୍ତମପୁରେ ବନ୍ୟାଞ୍ଚଳ ପରିଦର୍ଶନ କରିବାକୁ ଯାଇଥିଲେ । ସେହି ସମୟରେ ସେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ । ବେକରେ ଗାମୁଛା ପକାଇ ଟାଣି ନେଇଥିଲେ ଉତ୍ତ୍ୟକ୍ତ ଲୋକେ ।

Also Read:- ଅର୍ଣ୍ଣବ ବନ୍ୟା ପରେ ଆକ୍ସନ୍ ମୋଡ୍‌ରେ ସରକାର, ଗଞ୍ଜାମରେ ମୁତୟନ ହେଲେ ୧୦ ଅଧିକାରୀ

ବନ୍ୟା ଅର୍ଣ୍ଣବ ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ହେଲେ ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିନାହିଁ । ଫଳରେ ଲୋକେ ଉତକ୍ଷିପ୍ତ ହୋଇ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ଟଣାଓଟରା କରିଥିବା ଦେଖିବାକୁ ମିଳିଛି । ତେବେ ଏ ନେଇ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Watch Video: