ବଡବିଲ ୩୧।୧୦: ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି କମ୍ ମଜୁରିରେ ଅଧିକ ମୁନାଫା କମାଇବା ପାଇଁ କିଛି ଅସାଧୁ ବ୍ୟବସାୟୀ କୋମଳମତି ଶିଶୁଙ୍କୁ ବିପଜ୍ଜନକ କାର୍ଯ୍ୟରେ ଲଗାଉଥିବା ବେଳେ ଏହା ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଚମ୍ପୁଆ ଶ୍ରମ ବିଭାଗ । ଚମ୍ପୁଆ ସହରରେ ଥିବା ଏକ ଗ୍ୟାରେଜ୍‌ ଉପରେ ଚଢ଼ାଉ କରାଯାଇ ସେଠାରେ କାର୍ଯ୍ୟରତ ତିନି ଜଣ ଶିଶୁ ଶ୍ରମିକଙ୍କୁ ଆଜି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

​​​​​​​Also Read:- ଅର୍ଣ୍ଣବ ବନ୍ୟା ପରେ ଆକ୍ସନ୍ ମୋଡ୍ରେ ସରକାର, ଗଞ୍ଜାମରେ ମୁତୟନ ହେଲେ ୧୦ ଅଧିକାରୀ

ଉଦ୍ଧାର ପରେ ସମସ୍ତ ଶିଶୁମାନଙ୍କୁ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଓ ପୁନର୍ବାସ ପାଇଁ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି), କେନ୍ଦୁଝରଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇ ହସ୍ତାନ୍ତର କରାଯିବ ବୋଲି ଶ୍ରମ ବିଭାଗ ପକ୍ଷରୁ ସୂଚନା ମିଳିଛି ।