ଢେଙ୍କାନାଳ: ଦିନ ଦ୍ବିପ୍ରହରରେ ଅଫିସ୍ ଭିତରେ ପଶି ମହିଳା କର୍ମଚାରୀଙ୍କୁ ବଳାତ୍କାର । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ ଥିବା ଏକ ରିୟଲ ଇଷ୍ଟେଟ ଅଫିସ। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ଏସପି ସୂଚନା ଦେଇଥିବା ବେଳେ, ଘଟଣାର ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଏସପି ।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ସୂର୍ଯ୍ୟକାନ୍ତ ପରିଡ଼ା ଓରଫ ବୁଲବୁଲ ତାଙ୍କ ସ୍ବାମୀଙ୍କ ଗିରଫ ପରିଚିତ । ହେଲେ ଗତ ମାସ ୨୨ ତାରିଖରେ ହଠାତ୍ ପୀଡ଼ିତା କାମ କରୁଥିବା ଅଫିସକୁ ଆସି କେହି ନଥିବାର ଦେଖି ବଳପୂର୍ବକ ବଳାତ୍କାର କରିଥିଲା ସୂର୍ଯ୍ୟକାନ୍ତ। ବଡ଼ କଥା ହେଲା ଏହି ସଂପୂର୍ଣ୍ଣ ଘଟଣାର ସିସିଟିଭି ଭିଡିଓ ମଧ୍ୟ ଅଛି।

Also Read: ବାପା-ମାଆଙ୍କ ଝଗଡ଼ାରେ ପଶିବା ହେଲା କାଳ, ପୁଅକୁ ଛୁରୀ ଭୁସି ହତ୍ୟା

ପୀଡ଼ିତା ଆହୁରି ଅଭିଯୋଗ କରିଛନ୍ତି ଯେ, ସେ ଏନେଇ ଟାଉନ ଥାନରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଅଭିଯୁକ୍ତ ଯୁବକଙ୍କ ଚାପରେ ଢେଙ୍କାନାଳ ଟାଉନ ଥାନା ପକ୍ଷରୁ ମାମଲାକୁ ଆପୋଷ ମିଳାମିଶା କରି ରଫାଦଫା କରିଦେଇଥିଲା। ହେଲେ ସିସିଟିଭି ଫୁଟେଜ ଭାଇରାଲ ପରେ ପୁଣି ପୀଡ଼ିତାଙ୍କ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ କରାଯାଇଛି। ତେବେ ତାଙ୍କ ଅଭିଯୋଗକୁ ଭିତ୍ତିକରି ଟାଉନ ଥାନାରେ ଏଜ ମାମଲା ରୁଜୁ ହୋଇଛି ଏବଂ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା କହିଛନ୍ତି ଢେଙ୍କାନାଳ ଏସପି ।