ନୂଆଦିଲ୍ଲୀ: ଭୋଟ୍ ଚୋରି ଓ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଦ୍ଵାରା ଆୟୋଜିତ ମକ ପାର୍ଲିଆମେଣ୍ଟ ଉପରେ ଆକ୍ଷେପ କରିଛି ବିଜେପି। ଶାସକ ଦଳ କହିଛି ଭୋଟ୍ ଚୋରିରେ ସତ୍ୟତା ରହିଛି ଏବଂ ଏହା ହିଁ ଘଟିଥିଲା। କିନ୍ତୁ ଭୋଟ୍ ଚୋରି କରିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ପଣ୍ଡିତ ଜବାହରଲାଲ ନେହେରୁ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଏହା ଉଲ୍ଲେଖ କରି କଂଗ୍ରେସକୁ ଟାର୍ଗେଟ୍ କରିଛି ବିଜେପି ।

ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ପଦ ପାଇଁ ଭୋଟ୍ ପଟେଲଙ୍କ ଖାତାରେ ପଡ଼ିଥିଲା।. ମାତ୍ର ନେହେରୁ ଭୋଟ୍ ଚୋରି କରି ପ୍ରଧାନମନ୍ତ୍ରୀ ହୋଇଗଲେ। ସେ ଅଭିଯୋଗ କରିଛନ୍ତି ଯେ, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଚୟନ ସମୟରେ ହିଁ ଭୋଟ୍ ଚୋରି ହୋଇଥିଲା। ଏଥିରେସତ୍ୟତା ରହିଛି। ଆଜି ଅକ୍ଟୋବର ୩୧ ତାରିଖ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ। ହେଲେ ଭାରତରେ ପ୍ରଥମ ଭୋଟ୍ ଚୋରି ଗାନ୍ଧୀ ପରିବାରର ପ୍ରଥମ ସଦସ୍ୟ ପଣ୍ଡିତ ଜବାହର ଲାଲ ନେହେରୁ କରିଥିଲେ। ଆଉ ନେହେରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଗଲେ।

Also Read: ଆଇନ ଅନୁଯାୟୀ ଭୋଟ୍ ଦେଇଛୁ, ଯେତେ ଚେଷ୍ଟା କଲେ ବି ଫସିବୁନି: ବିଜେଡିକୁ ଅରବିନ୍ଦଙ୍କ ଜବାବ

ପାତ୍ର କହିଛନ୍ତି, ସର୍ଦ୍ଦାର ପଟେଲଙ୍କୁ ପ୍ରଧାନମନ୍ତ୍ରୀ ପଦଠୁ ଦୂରରେ ରଖାଯାଇ ଅପମାନିତ କରାଯାଇଛି। କଂଗ୍ରେସର ବରିଷ୍ଠ ନେତାମାନେ ପଟେଲଙ୍କ ନାଁରେ ସହମତି ପ୍ରକାଶ କରିଥିଲେ। ମାତ୍ର ପଟେଲଙ୍କୁ ଏକ ଘରିଆ କରାଯାଇ ତାଙ୍କ ସ୍ଥାନରେ ପଣ୍ଡିତ ନେହେରୁଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଗଲା।

ପ୍ରକୃତ ସଂସଦରେ ଶୋଇ ରହୁଛନ୍ତି

ସମ୍ବିତ ପାତ୍ର ମକ୍ ପାର୍ଲିଆମେଣ୍ଟର ଆୟୋଜନ କରିଥିବା ବିରୋଧୀଙ୍କ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ବିରୋଧୀ ମକ୍ ମାର୍ଲିଆମେଣ୍ଟ ଆୟୋଜନ କରୁଛନ୍ତି। କିନ୍ତୁ ବାସ୍ତବ ସଂସଦରେ ଏହି ଲୋକେ ଶୋଇ ରହୁଛନ୍ତି। ଆଖି ମାରନ୍ତି, ହଙ୍ଗାମା କରନ୍ତି। ଲୋକସଭାର ବିରୋଧୀ ଦଳ ନେତା ହୋଇ ରାହୁଲ ଗାନ୍ଧୀ ଲୋକସଭାରୁ ହିଁ ଗାଏବ ରୁହନ୍ତି।

Also Read: ୧୩ ସିଟ୍ ଜିତି ବି ବିଜେପିକୁ ଲାଗିଲା ଜୋରଦାର ଝଟକା, ଗୋଟିଏ ସିଟ୍ ଜିତି ଖୁସି କଂଗ୍ରେସ ! MLC ନିର୍ବାଚନ ଫଳାଫଳ କ'ଣ ସଙ୍କେତ ଦେଉଛି ?

୧୩ କୋଟି ଲୋକଙ୍କ ନାଁ କଟିଥିଲେ ....

ସମ୍ବିତ ପାତ୍ର ୧୩ କୋଟି ଲୋକଙ୍କ ନାଁ SIRରେ କଟାଯାଇଥିବା ଅଭିଯୋଗକୁ ସଂପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯଦି ୧୩ କୋଟି ଅସଲ ଲୋକଙ୍କ ନାଁ କଟାଯାଇଥାନ୍ତା ତେବେ ଲୋକେ ଏ ପର୍ଯ୍ୟନ୍ତ ରାସ୍ତାରେ ଥାଆନ୍ତେ। ଦେଶରେ ପ୍ରଥମ ଥର SIR ହେଉନି। କଂଗ୍ରେସ ଅମଳରେ ୧୦ ଥର SIR ହୋଇଛି। କିନ୍ତୁ ସେ ସମୟରେ କେହି ପ୍ରଶ୍ନ କରୁ ନ ଥିଲେ। ସେ ପ୍ରଶ୍ନ କରିଛନ୍ତି ଯେ, କଣ ଆମ ଦେଶରେ ଅନୁପ୍ରବେଶକାରୀ ଭୋଟର ରହିବା ଉଚିତ୍ କି ? ଭାରତରେ ଭୋଟିଂର ଅଧିକାର କେବଳ ଭାରତୀୟଙ୍କ ପାଖରେ ରହିବ। ଏହି ଦେଶରେ କେବଳ ଭାରତୀୟ ହିଁ ଭୋଟ୍ ଦେବ, ଅନୁପ୍ରବେଶକାରୀ ନୁହେଁ। ଏହାର ପ୍ରକ୍ରିୟା ପୂରା ହୋଇଛି। ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ନାଁ ଚଢିନି ତେବେ ଫର୍ମ ଭରନ୍ତୁ, ଭୋଟର ହୁଅନ୍ତୁ।