ନୂଆଦିଲ୍ଲୀ: କିଛି ବାହ୍ୟ ଶକ୍ତି କାରଣରୁ କିଛି ଅପ୍ରତ୍ୟାଶିତ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତି ଉତ୍ପନ ହୋଇଥିଲା। କିଛି ସମୟ ଲାଗିଲା ବୋଧହୁଏ ଆୟୋଜନ ସେମିତି ହେବ ନାହିଁ ଯେମିତି ଆଶା କରାଯାଉଛି। ବେଙ୍ଗାଲୁରୁ ସ୍ଥିତି ନ୍ୟାସନାଲ ଲ ସ୍କୁଲ ଅଫ ଇଣ୍ଡିଆ ୟୁନିର୍ଭସିଟି(NLSIU)ର ଦୀକ୍ଷାନ୍ତ ସମାରୋହରେ ଉପରୋକ୍ତ ଟିପ୍ପଣୀ କରିଛନ୍ତି ଦେଶର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ।

ଦୀକ୍ଷାନ୍ତ ସମାରୋହରେ ଛାତ୍ରଙ୍କୁ ସମ୍ବୋଧିତ କରି ପ୍ରଧାନ ବିଚାରପତି ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ଦେଶକୁ ତୁମ ପରି ଛାତ୍ରଛାତ୍ରୀଙ୍କଠୁ ବହୁତ କିଛି ଆଶା ରହିଛି। NLSIUର କଠୋର ଶୈକ୍ଷଣିକ ପ୍ରକ୍ରିୟା ଛାତ୍ରଙ୍କୁ ଆଇନଗତ ପେଶାର ଜଟିଳତା ପାଇଁ ପ୍ରସ୍ତୁତ କରିଥାଏ। ଜଣେ ଆଇନ ଛାତ୍ର ଭାବେ ବୌଦ୍ଧିକ ଜ୍ଞାନ ସହ ନୈତିକ ଦାୟିତ୍ଵ ରହିବା ମଧ୍ୟ ଜରୁରୀ।

Also Read: ICUରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାଣୀ, ସ୍ଵାସ୍ଥ୍ୟ ବୁଲେଟିନ ଜାରି କଲା ହସ୍ପିଟାଲ୍ କର୍ତ୍ତୃପକ୍ଷ

ଦୁର୍ବଳ ହୃଦୟ ଲୋକଙ୍କ ପାଇଁ ନୁହେଁ ଆଇନ ପେଶା

CJI ଆଇନରେ ସ୍ନାତକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ କହିଛନ୍ତି, ଆଇନ ପେଶା ଦୁର୍ବଳ ହୃଦୟ ଥିବା ଲୋକଙ୍କ ପାଇଁ ନୁହେଁ। ଉଚିତ୍ ପକ୍ଷ ନେବାର ସାହସ ଦେଖାନ୍ତୁ ଏବଂ ଅନ୍ୟ ଭିତ୍ତିହୀନ ବୟାନ ଶୁଣିବା ପାଇଁ ବିନମ୍ର ମଧ୍ୟ ହୁଅନ୍ତୁ। ସେ ଛାତ୍ରଙ୍କୁ ପରାମର୍ଶ ଦେଇ କହିଛନ୍ତି, କୌଣସି ବି ନିଷ୍ପତ୍ତି ଶୁଣାଇବା ପୂର୍ବରୁ ପ୍ରଥମେ ଅନ୍ୟଙ୍କ କଥା ଶୁଣନ୍ତୁ। ଦୋଷୀ ହେଉ କି ନିର୍ଦ୍ଦୋଷ ସେମାନଙ୍କର ପଦ କଣ ନ ଦେଖି ସମାନ ରୂପେ ବିଚାର କରନ୍ତୁ। ଯେଉଁଠି ଆପତ୍ତି କରିବାର ଅଛି ଦୃଢତାର ସହ କରନ୍ତୁ।

ସେ ଏହା ଉପରେ ଜୋର ଦେଇଛନ୍ତି ଯେ, ଆଇନ ସର୍ବଦା ସ୍ଥିର ରହେ ନାହିଁ। ବରଂ ଏହା ସେହି ଲୋକଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟଶୈଳୀ ମାଧ୍ୟମରେ ଆହୁରି ବିକଶିତ ହୋଇଥାଏ, ଯେଉଁମାନେ ଆଇନଗତ ପେଶାରେ ଜଡ଼ିତ ଅଛନ୍ତି। CJIଙ୍କ ଅନୁସାରେ ଶିକ୍ଷା କେବଳ ଆଇନ ଏବଂ ସାମ୍ବିଧାନିକ ସିଦ୍ଧାନ୍ତ ଭିତରେ ସୀମିତ ନ ଥାଏ।

Also Read: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ପିଲାଙ୍କ ସମେତ ସମସ୍ତଙ୍କ ଲାଗି internet ପହଞ୍ଚ ମୌଳିକ ଅଧିକାର

ଯୁବ ଓକିଲଙ୍କୁ ପରାମର୍ଶ

ସେ ଯୁବ ଓକିଲଙ୍କୁ ସତର୍କ କରାଇ କହିଛନ୍ତି ଯେ, ନିଜର ସୁବିଧା ପାଇଁ ନିଜର ମୂଲ୍ୟବୋଧ ସହ ସାଲିସ କରନ୍ତୁ ନାହିଁ। କେବେ ବି ସର୍ଟ କଟ୍ ରାସ୍ତା ଆପଣାନ୍ତୁ ନାହିଁ। ସୂର୍ଯ୍ୟକାନ୍ତ ସେହି ସିଦ୍ଧାନ୍ତ ପ୍ରତି ପ୍ରତିବଦ୍ଧ ରହିବାକୁ ଅପିଲ୍ କରିଛନ୍ତି, ଯାହା ସେ NLSIUରେ ଶିଖିଛନ୍ତି। ଲୋକଙ୍କ ସେବା କରିବା ଏବଂ ସେମାନଙ୍କ ଅଧିକାରର ରକ୍ଷା କରିବା ଜଣେ ଓକିଲ, ଆଇନଜୀବୀର ଦାୟିତ୍ଵ।