ନୂଆଦିଲ୍ଲୀ: ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀଙ୍କୁ ଶୁକ୍ରବାର ଛାତିରେ ସଂକ୍ରମଣ କାରଣରୁ ଦିଲ୍ଲୀର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇ। ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଶନିବାର ହସ୍ପିଟାଲ୍ ଯାଇ ତାଙ୍କୁ ଦେଖିବା ସହ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

ଆଜି ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ଵାସ୍ଥ୍ୟ ବୁଲେଟିନ ଜାରି କରି କହିଛି ଯେ, ବିଜେପିର ବରିଷ୍ଠ ନେତା ଆଡ଼ଭାଣୀଙ୍କୁ ଛାତିରେ ସଂକ୍ରମଣ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି ଏବଂ ନ୍ୟୁରୋଲୋଜିର ବରିଷ୍ଠ ଡ. ବିନୀତ ସୂରୀଙ୍କ ତତ୍ତ୍ଵାବଧାନରେ ତାଙ୍କର ଚିକିତ୍ସା ଚାଲିଛି। ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ଡାକ୍ତରୀ ଦଳ ତାଙ୍କ ଉପରେ କଡ଼ା ନଜର ରଖିଛନ୍ତି।

Also Read: ନରମିଲେ ଟ୍ରମ୍ପ; ରୁଷଠାରୁ ତେଲ ଓ ଗ୍ୟାସ କିଣିବା ନେଇ ଆଶ୍ୱସ୍ତି, ଭାରତ ସମେତ ୫ ଦେଶ ଉପରେ କଟକଣା ଛାଡ

କିଛି ଦିନ ପୂର୍ବେ ପିଏମ ମୋଦୀ କରିଥିଲେ ସାକ୍ଷାତ

ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାଣୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବାର ଗୋଟିଏ ସପ୍ତାହ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୭ରେ ନୂଆାଦିଲ୍ଲୀ ସ୍ଥିତ ବାସଭବନରେ ଆଡଭାଣୀଙ୍କୁ ଭେଟିଥିଲେ। ରାଜନୀତିରେ ପ୍ରଶାସନିକ ମୁଖ୍ୟ ଭାବେ ୨୫ ବର୍ଷ ପୂର୍ତ୍ତି ଅବସରେ ଆଡ଼ଭାଣୀଙ୍କୁ ଭେଟି ମୋଦୀ ଆଶୀର୍ବାଦ ନେଇଥିଲେ।

ଅନେକ ଥର ବିଜେପି ଅଧ୍ୟକ୍ଷ ଥିଲେ ଆଡ଼ଭାଣୀ

ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାଣୀଙ୍କ ରାଜନୈତିକ କ୍ୟାରିୟର ବହୁତ ଲମ୍ବା ରହିଛି। ସେ ଅନେକ ଥର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ। ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ଏହା ବାଦ୍ କେନ୍ଦ୍ର ଗୃହ ମନ୍ତ୍ରୀ ଓ ସୂଚନା ପ୍ରସାରଣ ମନ୍ତ୍ରୀ ପରି ଗୁରୁତ୍ଵପୂର୍ଣ୍ଣ ପଦରେ ଦାୟିତ୍ଵ ସମ୍ଭାଳିଛନ୍ତି।