ବରଗଡ଼: ମଙ୍ଗଳବାର ବରଗଡ଼ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନୁଯାତ୍ରା ଦେଖିବା ସହ ବଡ଼ ଘୋଷଣା କରିଛନ୍ତି। ଯେଉଁଥିରେ ବରଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ସହ ଧନୁଯାତ୍ରା କଳାକାରଙ୍କ ପାଇଁ ରହିଛି ପ୍ରୋତ୍ସାହନ ରାଶି। ମଥୁରାଧିପତି ମହାରାଜଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି। ମଥୁରାର ପ୍ରଜାଙ୍କ ପାଇଁ ନୂଆ ଯୋଜନା ଓ ପ୍ରକଳ୍ପ ଆଣିଛି ବୋଲି ମହାରାଜ କଂସ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ ରହିଛି, ଧନୁଯାତ୍ରାର ସ୍ଥାୟୀ ରାଜ ମହଲ ନିର୍ମାଣ ପାଇଁ ୧୩ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ, ୨୦୦ କଳାକାରଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ, ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ।

ଜୀରା ନଦୀରେ ଆନିକଟ ନିର୍ମାଣ ପାଇଁ ୧୧୫ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ, କେନାଲ ଉପରେ ବକ୍ସ କଣ୍ଡ୍ବିଟ ଓ ସୌନ୍ଦର୍ଯ୍ୟକରଣ ପାଇଁ ୪୦ କୋଟି ଟଙ୍କା। ସେହିଭଳି କୃଷି, ଯୋଗାଯୋଗ , ଶିକ୍ଷା , ସ୍ୱାସ୍ଥ୍ୟ ଓ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶିଳା ନ୍ୟାସ କରିଛି।

ଜୀରା ନଦୀରେ ସ୍ଵେରେଜ୍ ୧୩୨ କୋଟି ୧୦ ଲକ୍ଷ ଟଙ୍କାର ପ୍ରକଳ୍ପ, ପନିପରିବା ବ୍ୟବସାୟୀଙ୍କ ବ୍ୟବସାୟକୁ ସୁବ୍ୟବସ୍ଥିତ କରିବାକୁ ଭେଣ୍ଡି ଜୋନ୍ ନିର୍ମାଣ ପାଇଁ ୨୩ କୋଟି, ୬୬ କୋଟି ୬୪ ଲକ୍ଷ ଟଙ୍କାର ଅଟଳ ବସ୍ ଷ୍ଟାଣ୍ଡ, ଗ୍ରୀଣ୍ଡୋଲା ଠାରେ ୧୫୦ କୋଟି ଟଙ୍କାର ଆନ୍ତଃ ନଦୀ ଜଳାଶୟ ଇତ୍ୟାଦି।