IPL 2026 DC vs CSK: ଆଇପିଏଲ ୨୦୨୬ର ୪୮ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ (CSK) ଏକ ଏକତରଫା ବିଜୟ ହାସଲ କରିଛି। ସଞ୍ଜୁ ସାମସନଙ୍କ ଦମଦାର ବ୍ୟାଟିଂ ବଳରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଚେନ୍ନାଇ, ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ପରାଜିତ କରିଛି। ଏହି ବିଜୟ ସହ ଚେନ୍ନାଇ ଚଳିତ ସିଜନରେ ନିଜର ୫ମ ବିଜୟ ହାସଲ କରିଛି। ଅନ୍ୟପଟେ ଦିଲ୍ଲୀ ଷଷ୍ଠ ପରାଜୟ ଭୋଗିଛି।

ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ

ଚେନ୍ନାଇର ଏହି ବିଜୟରେ ଷ୍ଟାର ବ୍ୟାଟର ସଞ୍ଜୁ ସାମସନ ମୁଖ୍ୟ ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି। ସେ ମାତ୍ର ୫୨ ବଲରୁ ୭ଟି ଚୌକା ଓ ୬ଟି ଛକା ସହାୟତାରେ ୮୭ ରନର ଅପରାଜିତ ଇନିଂସ ଖେଳିଥିଲେ। ଯଦିଓ ସେ ଶତକ ହାସଲ କରିବାରେ ସଫଳ ହୋଇନାହାନ୍ତି, ତଥାପି ତାଙ୍କର ଏହି ଇନିଂସ ବଳରେ ଦିଲ୍ଲୀ ସହଜରେ ମ୍ୟାଚ୍ ଜିତି ନେଇଛି। ଯଦି ସାମସନ ଶତକ କରିଥାନ୍ତେ, ତେବେ ଗୋଟିଏ ସିଜନରେ ୩ଟି ଶତକ ମାରିଥିବା ବିରାଟ କୋହଲି ଓ ଜୋସ୍ ବଟଲରଙ୍କ ଭଳି ବରିଷ୍ଠ ଖେଳାଳିଙ୍କ କ୍ଲବରେ ସାମିଲ ହୋଇଥାନ୍ତେ।

ଦିଲ୍ଲୀ କ୍ୟାପିଟାଲ୍ସ

ଟସ୍ ଜିତି ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୭ ୱିକେଟ ହରାଇ ୧୫୫ ରନ କରିଥିଲା। ଟପ ଅର୍ଡର ସଂପୂର୍ଣ୍ଣ ଫେଲ୍ ମାରିଥିଲେ। ଦଳ ପକ୍ଷରୁ ସମୀର ରିଜଭୀ ସର୍ବାଧିକ ୪୦ ରନ କରିଥିଲେ। ଟ୍ରିଷ୍ଟନ ଷ୍ଟବ୍ସ ମଧ୍ୟ ୩୮ ରନର ଉପଯୋଗୀ ରନ କରିଛନ୍ତି।ଚେନ୍ନାଇ ପକ୍ଷରୁ ନୂର ଅହମ୍ମଦ ସଫଳତାର ସହ ୨ଟି ୱିକେଟ ନେଇଥିଲେ।

ଚେନ୍ନାଇ ସୁପର କିଙ୍ଗସ

୧୫୬ ରନର ପିଛା କରୁଥିବା ଚେନ୍ନାଇ ପ୍ରାରମ୍ଭରେ ଅଧିନାୟକ ରୁତୁରାଜ ଗାୟକୱାଡ (୦୬) ଏବଂ ଉର୍ଭିଲ ପଟେଲ (୧୭)ଙ୍କ ୱିକେଟ ହରାଇଥିଲା। କିନ୍ତୁ ଏହାପରେ ସଞ୍ଜୁ ସାମସନ ଏବଂ କାର୍ତ୍ତିକ ଶର୍ମା ତୃତୀୟ ୱିକେଟ ପାଇଁ ୧୧୪ ରନର ଅପରାଜିତ ପାର୍ଟନରସିପ୍ କରି ଦଳକୁ ଜିତାଇ ଦେଇଥିଲେ। ଉଭୟ ଦିଲ୍ଲୀ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ। ସାମସନ ୫୨ ବଲରୁ ୭ ଚୌକା ଓ ୬ ଛକା ସହ ୮୭ ରନରେ ଏବଂ କାର୍ତ୍ତିକ ଶର୍ମା ୪୧ ରନରେ ଅପରାଜିତ ଥିଲେ।

ପଏଣ୍ଟ ଟେବୁଲ ସ୍ଥିତି

ଚେନ୍ନାଇ ୧୦ଟି ମ୍ୟାଚରୁ ୫ଟି ବିଜୟ ସହ ଚେନ୍ନାଇ ପାଖରେ ଏବେ ୧୦ ପଏଣ୍ଟ ଅଛି। ବାକି ଥିବା ୪ଟି ମ୍ୟାଚରୁ ଭଲ ପ୍ରଦର୍ଶନ କଲେ ଦଳର ପ୍ଲେ-ଅଫରେ ପହଞ୍ଚି ପାରିବ। ଦିଲ୍ଲୀ ପାଇଁ ପ୍ଲେ-ଅଫ୍ ରାସ୍ତା କଷ୍ଟକର ହୋଇପଡ଼ିଛି। ୧୦ଟି ମ୍ୟାଚରୁ ୬ଟି ପରାଜୟ ସହ ଦଳ ପାଖରେ ମାତ୍ର ୮ ପଏଣ୍ଟ ଅଛି। ଏବେ ବାକି ସମସ୍ତ ମ୍ୟାଚ ଜିତିବା ସହ ଦଳକୁ ନେଟ୍ ରନରେଟ୍ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବ।