ଭୁବନେଶ୍ୱର ୨୧।୦୭ : ଦିନରେ ବିକନ୍ତି ମହୁ । ରାତିରେ କରନ୍ତି ମନ୍ଦିରରୁ ଚୋରି । ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ ଥିବା ମନ୍ଦିରରୁ କରୁଥିଲେ ଲୁଟ୍ । ଶେଷରେ ତିନି ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ଚୌଦ୍ୱାର ଥାନା ପୋଲିସ ।

ଚୌଦ୍ୱାର ଥାନା ଅଞ୍ଚଳରେ ଥିବା ୧୧ଟି ମନ୍ଦିରରୁ କରିଥିଲେ ଚୋରି । ଭୁବନେଶ୍ୱରରେ ଥିବା ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ୨ଟି ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା । ଅଭିଯୋଗ ପରେ ପୋଲିସ ଆରମ୍ଭ କରିଥିଲା ପ୍ଲାନ । କିପରି ଚୋରଙ୍କୁ ଧରାଯିବ, ସେନେଇ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲା । ଶେଷରେ ପୋଲିସ ହାତରେ ଧରାପଡିଥିଲେ ଲୁଟେରା ଗ୍ୟାଙ୍କର ୪ ସଦସ୍ୟ । ସମସ୍ତ ଅଭିଯୁକ୍ତଙ୍କ ଘର ବାଲେଶ୍ୱର ଅଞ୍ଚଳର ବୋଲି ସୂଚନା ମିଳିଛି । ଗିରଫ ପରେ ଅଭିଯୁକ୍ତମାନେ ଜେରା ସମୟରେ ବହୁ ତଥ୍ୟ ପୋଲିସ ସାମ୍ନାରେ ରଖିଥିଲେ । ଏହି ଲୁଟେରା ଗ୍ୟାଙ୍ଗରେ ୧୫ରୁ ଅଧିକ ଯୁବତୀ ଓ ଯୁବକ ସାମିଲ ଥିବା ମଧ୍ୟ ଜଣାପଡିଛି । ସେହିପରି ପୋଲିସର ଚଢାଉରେ ଅନେକ ଲୁଟ୍ ସାମଗ୍ରୀ ମିଳିଛି । ଯେପରିକି ୨ଟି ଆଖି, ଟୀକା, ୨ଟି ମୁକୁଟ, ଆଖି, ୨ ହଳ ନାକ ଫୁଲ, ମୁଖା ଆଦି ରହିଛି । ଏପିରିକି କିଛି ନଗଦ ଟଙ୍କା ମଧ୍ୟ ପୋଲିସକୁ ମିଳିଛି ।

Watch Video:-