ଉଦଳା ୫।୮: ଡାକ୍ତରଖାନାରେ ଖସିଲା ଛାତ ସିଲିଂ, ଅଳ୍ପକେ ବର୍ତ୍ତିଗଲେ ନବଜାତକ ଏବଂ ପ୍ରସୂତି । ଉଦଳା ମେଡିକାଲ ପ୍ରସୂତି ବିଭାଗରେ ଅଘଟଣ । ବଡ଼ ଅଘଟଣରୁ ନବଜାତକ ଏବଂ ପ୍ରସୂତି ବର୍ତ୍ତିଯାଇଛନ୍ତି । ଛାତରୁ ପାଣି ଲିକ୍ କରି ସିଲିଂ ଖସି ପଡ଼ିଥିବା କୁହାଯାଉଛି ।

ଅଚାନକ ଖସିଲା ସିଲିଂ। କୋଳରେ ନବଜାତକ ଧରି ବସିଥିବା ମହିଳାଙ୍କ ପିଠିରେ ପଡିଲା । ବଡ଼ ଅଘଟଣରୁ ବର୍ତ୍ତିଗଲେ ନବଜାତକ ଏବଂ ପ୍ରସୂତି । ଉଦଳା ମେଡିକାଲ ପ୍ରସୂତି ବିଭାଗରୁ ସାମ୍ନାକୁ ଆସିଛି ଏଭଳି ଚିତ୍ର । ପ୍ରସୂତି ବିଭାଗରେ ହୋଇଥିବା ସିଲିଂର କିଛି ଅଂଶ ହଠାତ ଗଳି ପଡିଥିଲା । ସେହି ସମୟରେ ପ୍ରସୂତି ମହିଳା ସଞ୍ଜୁଲତା ପାତ୍ର ନିଜର ନବଜାତକ ଶିଶୁକୁ ଧରି ବେଡ଼ରେ ବସିଥିବା ବେଳେ ସିଲିଂଟି ତାଙ୍କ ପିଠି ଉପରେ ଗଳି ପଡିଥିଲା । ହେଲେ ସୌଭାଗ୍ୟ ବଶତଃ ନବଜାତକ ଉପରେ ପଡିନାହିଁ ।

Also Read:- ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି : ‘ଚ’ରୁ ଆରମ୍ଭ ବର୍ଣ୍ଣମାଳା, ଦେଶଭକ୍ତି ଗୀତରେ ବି ଭୁଲ୍

ଏହା ସହିତ ଅନ୍ୟ ଜଣେ ପ୍ରସୂତିଙ୍କ ସ୍ୱାମୀ ସେହି ସମୟରେ ୱାର୍ଡ ଭିତରେ ଯାଉଥିବା ବେଳେ ତାଙ୍କ ଉପରେ ମଧ୍ୟ ପଡିଥିଲା । ସିଲିଂ ସହିତ ପାଣି ମଧ୍ୟ ପଡିଥିଲା, ଯାହାକି ଛାତରୁ ପାଣି ଖସି ସିଲିଂ ନଷ୍ଟ ହୋଇଥିବାରୁ ଗଳି ପଡ଼ିଥିବା କୁହାଯାଉଛି ।