ଭୁବନେଶ୍ବର ୫।୮: ପ୍ରଥମ ଶ୍ରେଣୀରେ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ ବହିରେ ବର୍ଣ୍ଣମାଳା ‘ଅ' ବଦଳରେ‘ଟ’ରୁ ବର୍ଣ୍ଣମାଳା ଆରମ୍ଭ ହୋଇଛି । ସେହିପରି ‘ବନ୍ଦେ ଉତ୍କଳ ଜନନୀ'ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ତ୍ରୁଟି ଦେଖିବାକୁ ମିଳିଛି । ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପ୍ରଥମ ଅକ୍ଷର 'ଚ' । 'ଚ'ରୁ ପିଲାଙ୍କୁ ଅକ୍ଷର ଶିଖାଯାଉଛି । ଏହା ପରକୁ ରହିଛି ଟ, ମ, ଗ ଓ ର । ଏହା ପରେ ଯାଇ ଆସୁଛି ‘ଆ' ଏବଂ ତା ପରେ 'ଝ' ଓ 'କ' ।

ସବୁଠୁ ବଡ଼ କଥା ହେଉଛି ବହି ଆରମ୍ଭରୁ ବା ସୂଚୀପତ୍ର ପୂର୍ବରୁ ‘ବନ୍ଦେ ଉତ୍କଳ ଜନନୀ' ଓ 'ଆମ ଜାତୀୟ ସଙ୍ଗୀତ ଲେଖା ହୋଇଛି । ବନ୍ଦେ ଉତ୍କଳ ଜନନୀରେ ‘ଘନ ଘନ ବନଭୂମି'କୁ ‘ଘନ ବନଭୂମି’ ଲେଖା ହୋଇଥିବା ବେଳେ ଜାତୀୟ ସଙ୍ଗୀତରେ ଉତ୍କଳକୁକୁ ଭୁଲ୍ ଲେଖା ହୋଇଛି ।

ଏଭଳି ଗୁରୁତର ତ୍ରୁଟିକୁ ନେଇ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂଶୋଧନ କରି ପୁନଃ ବଣ୍ଟନ କରିବାକୁ ଦାବି ଉଠିଛି ।