ଆସିକା ୭।୨: SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ଥିବା ବ୍ରହ୍ମପୁରର ଜଣେ ଦଲାଲକୁ ଶୁକ୍ରବାର ଦିନ ସିବିଆଇ ଉଠାଇ ନେଇଛି । ଦଲାଲ ଜଣକ ହେଲେ କୁକୁଡ଼ାଖଣ୍ଡି ଶାନ୍ତି ନଗର ଇପିଲି. ସୀତାରାମ । ସୀତାରାମ ପୋଲିସ ଏସଆଇ କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ଥିବା ସିବିଆଇ ତଦନ୍ତରେ ଜଣାପଡିଥିଲା । ସିବିଆଇ ପକ୍ଷରୁ ସୀତାରାମଙ୍କୁ ବାରମ୍ବାର ଯୋଗାଯୋଗ ଡାକରା ହୋଇଥିଲା । ବାରମ୍ବାର ଡାକରା ସତ୍ତ୍ୱେ ସେ ନ ଆସିବାରୁ ସିବିଆଇ ବ୍ରହ୍ମପୁର ପୋଲିସର ସହାୟତା ଲୋଡିଥିଲା । ସଦର ଥାନା ପୋଲିସ ସହାୟତାରେ ସିବିଆଇ ଗତକାଲି ଦଲାଲ ସୀତାରାମକୁ ଉଠାଇ ନେଇ ଜେରା କରୁଥିବା ଜଣାପଡିଛି ।

ଏ ଖବର ବି ପଢ଼ନ୍ତୁ:- ଯୌନ ନିର୍ଯାତନା ଅଭିଯୋଗରେ ଅଧ୍ୟାପକ ନିଲମ୍ବିତ, ଆସିନାହିଁ ତଦନ୍ତ ରିପୋର୍ଟ

ମାମଲାର ମାଷ୍ଟର ମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ ମାଲିକ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣଛାଇ ଗ୍ରାମର ଶଙ୍କର ପୃଷ୍ଟି ସମେତ ସିଲିକନ କମ୍ପାନୀର ମାଲିକ ସୁରେଶ ଚନ୍ଦ୍ର ନାୟକ, ମୁଖ୍ୟ ଦଲାଲ ଅରବିନ୍ଦ ଦାସ ଓ ମୁନା ମହାନ୍ତି, ବିଶ୍ବରଞ୍ଜନ ବେହେରା, ଶ୍ରୀକାନ୍ତ ମହାରଣା, ଏ. ଅଭିମନ୍ୟୁ ଦୋରା, ପ୍ରିୟଦର୍ଶନୀ ସାମଲ, ସାଗର କୁମାର ଗୌଡ, ଲୋକନାଥ ସାହୁ, ବିଶ୍ବଜିତ ହରିଚନ୍ଦନ ଓ ତଫିମ ଅହମ୍ମଦ ଖାନଙ୍କ ସମେତ ୧୨ରୁ ଅଧିକ ଅଭିଯୁକ୍ତକୁ ସିବିଆଇ ଜେରା କରି ବହୁ ତଥ୍ୟ ହାସଲ କରିବା ପରେ ପର୍ଯ୍ୟାୟକ୍ରମେ ଜଣଙ୍କ ପରେ ଜଣଙ୍କୁ ଗିରଫ କରୁଥିବା ଜଣାପଡିଛି । ଏହି ମାମଲାରେ ୧୧୨ ଜଣରୁ ଅଧିକ ଆଶାୟୀଙ୍କୁ ପୋଲିସ ଗିରଫ କରିଥିଲା। ଆଶାୟୀଙ୍କୁ ବି ସିବିଆଇ ଜେରା କରି ବହୁ ତଥ୍ୟ ହାସଲ କରିଥିଲା ।

ଏ ଖବର ବି ପଢ଼ନ୍ତୁ:- ଏଇ ବୋଧେ ଶେଷ ଦେଖା'... ମଞ୍ଚକୁ ଚଢିଲେନି ସାଇ ଓ ପାୟଲ