ଭୁବନେଶ୍ବର ୨୭।୩: କ୍ୟାପିଟାଲ ହସ୍ପିଟାଲ ପାର୍କିଂରେ କାର୍‌ କାଚ ଭାଙ୍ଗି ଲୁଟ୍ ଘଟଣା । ଲୁଟେରାକୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ବାପୁଜୀନଗରରେ ଲୁଟ୍ ମୋବାଇଲ ବିକ୍ରି ବେଳେ ମାଡ଼ିବସିଲା ପୋଲିସ । ଗିରଫ ଲୁଟେରା ହେଉଛି ରାକେଶ ଖୁଣ୍ଟିଆ ଓରଫ ଟୁଟୁଲୁ । ରାକେଶ ନାଁରେ ୧୭ରୁ ଅଧିକ ମାମଲା ଥିବା କମିସନରେଟ୍ ପୋଲିସ ଜାଣିବାକୁ ପାଇଛି ।

ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖ ଦିନ ଅଭିଯୋଗକାରୀ ରଞ୍ଜିତ ବିଶ୍ୱାଳ କ୍ୟାପିଟାଲ ହସ୍ପିଟାଲ ପାର୍କିଂରେ କାର୍ ପାର୍କିଂ କରି କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ । ପରେ ଆସି ଦେଖିଲା ବେଳକୁ ତାଙ୍କ କାର୍ କାଚ ଭାଙ୍ଗି ନଗଦ ୨୫ ହଜାର ଟଙ୍କା ଏବଂ ମୋବାଇଲ ଚୋରି କରିନେଇଥିଲେ ଲୁଟେରା । କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ତଦନ୍ତ କରିଥିଲା ପୋଲିସ ।