ଚୌଦ୍ୱାର,୨୯|୦୬:ରାସ୍ତା ତଳକୁ କଶି ପଡିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ୪୦ଯାତ୍ରୀ । କଟକ ଜିଲ୍ଲାର ଚୌଦ୍ୱାର ଦେଇ ଯାଇଥିବା୫୫ ନଂ ଜାତୀୟ ରାଜପଥରେ ଏହି ଘଟଣା ସାମ୍ନାକୁ ଆସିଛି ।

Also Read :- ଉପକୂଳରେ ବଢିବ ତାତି ଓ ଗୁଳୁଗୁଳି, ଭିଜିବ ଦକ୍ଷିଣ : ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ରିପୋର୍ଟ ଅନୁସାରେ, ଚୌଦ୍ବାର କଜଳକଣା ଛକ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାସ୍ତା ତଳକୁ ବାବାମଣି ନାମକ ଯାତ୍ରୀବାହୀ ବସ୍ ଖସି ପଡିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଚୌଦ୍ବାର ପୋଲିସ ଏଵଂ ଚୌଦ୍ବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବସରେ ଥିବା ୪୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହା ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ,କୁହାଯାଇଛି ।