ଉଦଳା ୨୪।୭: ଲଗାଣ ବର୍ଷାରେ ଧୋଇଗଲା ପୋଲ । ପୋଲର ମଝିରୁ ଏକ ଅଂଶ ଧୋଇଯିବା ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ୪ ଦିନ ଧରି ଲଗାଣ ବର୍ଷା ଫଳରେ ଟାଙ୍ଗଣା ନଦୀର ଜଳସ୍ତର ବୃଦ୍ଧି ପାଇଛି । ଯାହାଫଳରେ ଉଦଳା ବ୍ଲ କୋଚିଳାଡିହା ପଞ୍ଚାୟତରେ ଥିବା ଗଡା ପୋଲ ଧୋଇଯାଇଛି । ମାସକ ପୂର୍ବରୁ ଏହି ପୋଲ ମଝିରୁ କିଛି ଅଂଶ ଭାଙ୍ଗି ଯାଇଥିବା ବେଳେ ସେହି ଅଂଶଟି ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି । ଯାହା ଫଳରେ ଉକ୍ତ ପୋଲ ଦେଇ ଯାତାୟାତ ଠପ୍ ହୋଇଯାଇଛି ।

Also Read:- ଉମରକୋଟରେ ବଡ଼ ଧରଣର ଲୁଟ୍, ଗ୍ୟାସ୍ କଟରରେ କାଟି ନେଇଗଲେ ଟଙ୍କା

ଏହି ପୋଲଟି ଉଦଳାରୁ ବାଲେଶ୍ୱର ସଂଯୋଗ କରିଥାଏ । ଏହା ସହିତ ଉଦଳା ବ୍ଲକର ୪ ଗୋଟି ଏବଂ ଗୋପବନ୍ଧୁନଗର ବ୍ଲକ୍ର ୪ ଗୋଟି ପଞ୍ଚାୟତକୁ ସଂଯୋଗ କରୁଥିବା ବେଳେ ହଜାର ହଜାର ଗ୍ରାମବାସୀଙ୍କ ଲାଇଫ ଲାଇନ । ହେଲେ ଏବେ ଏହି ପୋଲ ଧୋଇଯିବା ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।