ସମ୍ବଲପୁର ୧୩।୭: ସମ୍ବଲପୁର ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ । କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଆସିଥିବା ସୂଚନା । କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା କୋର୍ଟକୁ ପୁଣି ଥରେ ବୋମା ଧମକ ମିଳିଛି । ଏଥରକୁ ମିଶାଇ ଚତୁର୍ଥ ଥର ପାଇଁ କୋର୍ଟକୁ ବୋମା ଧମକ ମିଳିଛି । ବୋମା ଧମକ ମିଳିବା ପରେ ବାହାରକୁ ବାହାରି ଆସିଥିଲେ କର୍ମଚାରୀ । ଏ ନେଇ ସୂଚନା ପାଇବା ପରେ ସମ୍ବଲପୁର ପୋଲିସ ପକ୍ଷରୁ ତଦନ୍ତ ଓ ଛାନଭିନ ଆରମ୍ଭ କରାଯାଇଛି । ପୂର୍ବରୁ ମଧ୍ୟ ତିନି ଥର ସମ୍ବଲପୁର କୋର୍ଟକୁ ବୋମା ଧମକ ଆସିଥିଲା ।

Also Read:- ରୋଗୀ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇଲା ୧୦୮ ଆମ୍ବୁଲାନ୍ସ, ଦୁର୍ଘଟଣାରେ ୩ ଗୁରୁତର

ଘଟଣା ପରେ ବରିଷ୍ଠ ପୋଲିସ ଅଧିକାରୀ ମାନେ କୋର୍ଟ ପରିସରରେ ପହଞ୍ଚି ସ୍ଥିତି ଯାଞ୍ଚ କରୁଛନ୍ତି । କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ା କରାଯାଇଛି । ବମ୍ ସ୍କ୍ବାଡ୍ ପହଞ୍ଚି କୋର୍ଟ ଭିତର ଏବଂ ବାହାରକୁ ତନତନ କରି ଯାଞ୍ଚ କରୁଛନ୍ତି । ତେବେ ଏହି ଧମକ କେଉଁଠାରୁ ଆସିଛି ଏବଂ କିଏ ଦେଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।