ନୂଆଦିଲ୍ଲୀ ୨୮/୦୨: ଅଶୁଭ ଶନିବାର । ବଲିଭିଆରେ ଭୟଙ୍କର ବିମାନ ଦୁର୍ଘଟଣା । କ୍ରାସ ହେଲା ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ । ଫଳରେ ୧୫ ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଆହତ ହୋଇଛନ୍ତି । ପାଗ ଖରାପ କାରଣରୁ ଏଲ ଅଲଟୋ ସହରରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଜନଗହଳିପୂର୍ଣ୍ଣ ସ୍ଥାନରେ ଖସିପଡ଼ିଥିଲା ହରକ୍ୟୁଲେସ ବିମାନ । ନୂତନ ଭାବେ ଛପା ଯାଇଥିବା ବ୍ୟାଙ୍କ ନୋଟ ଗୁଡିକ ବିମାନରେ ନିଆଯାଉଥିଲା । ପ୍ରାରମ୍ଭିକ ଖବର ଅନୁଯାୟୀ ୩୦ ଜଣ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

​​​​​​​

ସୂଚନା ଥାଉକି, ରାଜଧାନୀ ଲା ପାଜକୁ ଲାଗି ରହିଥିବା ଏଲ୍ ଆଲ୍ଟୋ ସହରରେ ଏହି ଦୁର୍ଘଟଣା ଘଟିଛି। ଅଗ୍ନିଶମ ମୁଖ୍ୟ ପାଭେଲ ଟୋଭରଙ୍କ ଅନୁଯାୟୀ, ଦୁର୍ଘଟଣାରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ତଥାପି, ସେ ସ୍ପଷ୍ଟ କରିନାହାଁନ୍ତି ଯେ ମୃତକମାନେ ବିମାନରେ ଥିଲେ କି ରାଜପଥରେ ପାର୍କିଂ ହୋଇଥିବା ଯାନବାହାନରେ ଥିଲେ। 

also read..

Pakistan-Afghanistan conflict: ପାକିସ୍ତାନ ଏୟାର ଷ୍ଟ୍ରାଇକ୍‌ରେ ତାଲିବାନ ଶୀର୍ଷ ନେତା ହୈବାତୁଲ୍ଲା ଅଖୁନ୍ଦଜାଦାଙ୍କ ମୃତ୍ୟୁ!