ବଲାଙ୍ଗିର ୧୫।୮: ବଲାଙ୍ଗିରର ପ୍ରତିଷ୍ଠିତ ବ୍ୟବସାୟୀ ନିଖୋଜ । ବ୍ୟବସାୟୀ ନରେନ୍ଦ୍ର କୁମାର ସାହୁ ଓରଫ ଗୁଣ୍ଡା ସାହୁ ଶୁକ୍ରବାର ଠାରୁ ନିଖୋଜ ଅଛନ୍ତି । ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ପୁଅ । ତାଙ୍କୁ କେହି ଅପହରଣ କରିଥିବା ନେଇ ସନ୍ଦେହ କରୁଛନ୍ତି ପରିବାର ଲୋକ । ନରେନ୍ଦ୍ର କୁମାର ସାହୁ ବଲାଙ୍ଗିରର ସର୍ବପୂରାତନ ରାଜମହଲ ହୋଟେଲର ମାଲିକ । ତାଙ୍କର ବିଭିନ୍ନ ବ୍ୟବସାୟ ରହିଛି । ନିଖୋଜ ଅଭିଯୋଗ ପରେ ଖୋଳତାଡ଼ ଆରମ୍ଭ କରିଛି ବଲାଙ୍ଗିର ପୋଲିସ ।

ବଲାଙ୍ଗିରର ପ୍ରତିଷ୍ଠିତ ବ୍ୟବସାୟୀ ନରେନ୍ଦ୍ର କୁମାର ସାହୁ ଓରଫ ଗୁଣ୍ଡା ସାହୁ ଶୁକ୍ରବାର ଠାରୁ ନିଖୋଜ । ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ପୁଅ । ତେବେ ତାଙ୍କୁ କେହି ଅପହରଣ କରିଥିବା ନେଇ ସନ୍ଦେହ କରୁଛନ୍ତି ପରିବାର ଲୋକ । ସେଥିଲାଗି ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ଗୁଣ୍ଡା ସାହୁ ବଲାଙ୍ଗିର ସର୍ବପୂରାତନ ରାଜମହଲ ହୋଟେଲର ମାଲିକ ସହ ତାଙ୍କର ବିଭିନ୍ନ ପ୍ରକାର ବ୍ୟବସାୟ ମଧ୍ୟ ରହିଛି ।

Also Read:- ସ୍ବାଧୀନତା ଦିବସ ପାଳିବାକୁ ଯାଇପାରିଲେନି, ରାସ୍ତାରେ ଛାତ୍ରଛାତ୍ରୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି

ତେବେ କେଉଁଥି ପାଇଁ ଏବଂ କେଉଁ ପରିସ୍ଥିତିରେ ସେ ଏଭଳି ନିଖୋଜ ହେଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତାଙ୍କୁ କେହି ଅପହରଣ କରି ନେଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି । ସେନେଇ ଅଧିକ ଖୋଳତାଡ଼ ଆରମ୍ଭ କରିଛି ବଲାଙ୍ଗିର ଥାନା ପୋଲିସ । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତଦନ୍ତ ଜାରି ରହିଛି ।

Watch Video: