ବଲାଙ୍ଗିର ୧୫।୮: ବରଗଡ଼-ବଲାଙ୍ଗିର ରାସ୍ତା ଚାରପାଲି ଛକରେ ଦୁର୍ଘଟଣା । ସ୍କୁଲ ପିଲାଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି । ଦୁର୍ଘଟଣାରେ ୫ ଜଣ ଆହତ, ୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଛାତ୍ରଛାତ୍ରୀ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବରଗଡ଼ ଜିଲ୍ଲା ଖୁଣ୍ଟପାଲି ପଞ୍ଚାୟତ ଚାରପାଲି ଗାଁର ଛାତ୍ରଛାତ୍ରୀ ସରସରା ହାଇସ୍କୁଲକୁ ସ୍ୱାଧୀନତା ଦିବସ ପାଳନ ପାଇଁ ଯାଉଥିଲେ । ଏତିକି ବେଳେ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେଇଥିଲା । ଫଳରେ ଛାତ୍ରଛାତ୍ରୀ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ । ଗାଡିଟି ସାଇକେଲ ଗୁଡିକ ଉପରେ ଚଢାଇ ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବରଗଡ଼ ମୁଖ୍ୟ ହସ୍ପିଟାଲକୁ ନେଇଥିଲେ ।

Also Read:- ଭୁବନେଶ୍ୱରରେ ପହଁଚିଲା କରୋନା ! ଏହି ଅଞ୍ଚଳରୁ ବାହାରିଲେ କୋଭିଡ-19 ପଜିଟିଭ୍

ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଚାଲିଥିବା ବେଳେ ଘଟଣାସ୍ଥଳରେ ବରଗଡ଼ ସଦର ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

Watch Video: