ଭଦ୍ରକ ୨୯।୫: ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ପଲିଥିନ୍ରେ ବନ୍ଧା ଅବସ୍ଥାରେ ମିଳିଲା । ଦେହର ବିଭିନ୍ନ ଅଂଶରେ କ୍ଷତଚିହ୍ନ । ଦେହସାରା ଲାଗିଛି ରକ୍ତଛିଟା । ଏଥିରୁ ସନ୍ଦେହ ମହିଳାଙ୍କୁ କରାଯାଇଛି ହତ୍ୟା । ଭଦ୍ରକ ଜିଲ୍ଲା ତିହିଡି ଥାନା ବୋଡକ ପଞ୍ଚାୟତର ରେବ ନଦୀ କୂଳରୁ ଉଦ୍ଧାର ହୋଇଛି ଏଭଳି ଅବସ୍ଥାରେ ମୃତଦେହ

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ଥାନା ବୋଡକ ପଞ୍ଚାୟତର ରେବ ନଦୀ କୂଳରେ ପଡିଛି ଅଜଣା ମହିଳାଙ୍କ ମୃତଦେହ । ପଲିଥିନରେ ବନ୍ଧା ହୋଇଥିବା ଅଜଣା ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କ ଦେହର ବିଭିନ୍ନ ଅଂଶରେ ରହିଛି କ୍ଷତଚିହ୍ନ । ଏମିତି କି ଦେହସାରା ରକ୍ତଛିଟା ପଡ଼ିଥିଲା । ମୃତଦେହ ପଲିଥିନରେ ବନ୍ଧା ହୋଇଥିବାରୁ ହତ୍ୟା ସନ୍ଦେହ କରାଯାଉଛି । ତେବେ କେହି ବ୍ୟକ୍ତି ବିଳମ୍ବିତ ରାତିରେ ମହିଳାଙ୍କୁ ହତ୍ୟା କରି ପଲିଥିନ୍ରେ ବାନ୍ଧି ପକାଇଥିବା ସନ୍ଦେହ କରାଯାଉଛି ।

Also Read:- CEO Press Meet: ଶନିବାର ଠାରୁ ରାଜ୍ୟରେ SIR, ଜୁନ୍ ୨୮ ଯାଏଁ ଚାଲିବ

ଖବର ପାଇ ଘଟଣାସ୍ଥଳରେ ତିହିଡି ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ମହିଳାଙ୍କ ପରିଚୟ ମିଳିପାରି ନଥିବା ବେଳେ ପୋଲିସ ଛାନଭିନ ଆରମ୍ଭ କରିଛି ।