ମାଲକାନଗିରି ୦୮।୧୨ : ରାଖାଲଗୁଡ଼ା ଗାଁରେ ଗଣ୍ଡଗୋଳ ଘଟଣା । ଜିଲ୍ଲା ପୋଲିସର ଜୋରଦାର ଆକ୍ସନ । ଉଭୟ ରାଖାଲଗୁଡ଼ା ଓ ଏମ୍ଭି-୨୬ ଗାଁରେ ବିଏନ୍ଏସ୍ ୧୬୬ ଧାରା ଲାଗୁ । ଏହାସହିତ ଉଭୟ ଗାଁର ଥିବା ସମସ୍ତ ସ୍କୁଲକୁ ୪ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଖବର ଅନୁଯାୟୀ, ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ମାଲକାନଗିରିର MV-26 ଏବଂ ରାଖାଲଗୁଡ଼ା ଗାଁ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଗତ ୪ ଦିନ ତଳେ ପୋଟେରୁ ନଦୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିଲା। ଏହାକୁ ନେଇ ୨ ଗାଁ ଭିତରେ ଉତ୍ତେଜନା ଦେଖିବାକୁ ମିଳିଛି। ରାଖାଲଗୁଡା ଗାଁ ଲୋକଙ୍କ ଆକ୍ରମଣ ପରେ ଭୟଭୀତ ହୋଇ MV-26 ଗାଁ ର ସମସ୍ତ ଲୋକେ ଘର ଛାଡ଼ି ପାଖଗାଁ କୁ ଚାଲିଯାଇଛନ୍ତି। ତେବେ ଅଘଟଣ ଆଶଙ୍କାରେ ଗାଁରେ ଓଡିଶା ପୋଲିସ, ଡିଭିଏଫ ଜବାନ ଓ ବିଏସଏଫ ମୁତୟନ ହୋଇଛନ୍ତି । ବାହାର ଲୋକଙ୍କୁ ଗାଁ ଭିତରକୁ ଛଡା ଯାଉନାହିଁ । ଉଭୟ ଗାଁରେ BNS ଧାରା 163 ଜାରି କରାଯାଇଛି । ୪ଦିନ ପାଇଁ ସ୍କୁଲି ଛୁଟି ଘୋଷଣା କରାଯାଇଛି ।