ଭୁବନେଶ୍ୱର: ରାଜ୍ୟରେ ଆଗକୁ ହେବାକୁ ଥିବା ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ଶାସକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ବାଇଟ୍ ଦେଇ ସଂଗଠନର ଆଭିମୁଖ୍ୟ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି।

ସଂଗଠନ ବୁଝିବା ପାଇଁ ଅଧିକ ସମୟ ଲାଗିବ ନାହିଁ

ଦଳୀୟ ନେତୃତ୍ୱଙ୍କ ସମ୍ପର୍କରେ ମତ ରଖି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ପୁରନ୍ଦେଶ୍ୱରୀ ଦୀର୍ଘ ସମୟ ଧରି ଓଡ଼ିଶାରେ ସଂଗଠନ ସହ ଜଡ଼ିତ ରହିଛନ୍ତି। ତାଙ୍କର ଦୀର୍ଘଦିନର ଅଭିଜ୍ଞତା ଓ ଜ୍ଞାନ ରହିଥିବାରୁ ଓଡ଼ିଶାର ପ୍ରାୟ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହିତ ତାଙ୍କର ପରିଚୟ ରହିଛି। ପୂର୍ବ ନିର୍ବାଚନଗୁଡ଼ିକରେ ହୋଇଥିବା ରଣନୀତି ପ୍ରସ୍ତୁତିରେ ମଧ୍ୟ ସେ ସକ୍ରିୟ ଭାବେ ଜଡ଼ିତ ଥିଲେ। ତେଣୁ ରାଜ୍ୟ ସଂଗଠନକୁ ପୁଣି ଥରେ ଭଲଭାବେ ବୁଝିବା ପାଇଁ ତାଙ୍କୁ ବିଶେଷ ସମୟ ଲାଗିବ ନାହିଁ। ଆମର ଯେଉଁ ଟିମ୍ ଅଛି, ସେହି ସମସ୍ତ ଟିମ୍କୁ ସାଙ୍ଗରେ ନେଇ ସେ କାମ କରିବେ ଏବଂ ଦାୟିତ୍ୱ ଗ୍ରହଣ କରିବା ପରେ ସମସ୍ତଙ୍କ ସହ ପରିଚୟାତ୍ମକ ବୈଠକ, ଚର୍ଚ୍ଚା ଓ ଆଲୋଚନା କରାଯିବ।

Also Read: ଚାଷୀ ଓ ମହିଳା ପ୍ରସଙ୍ଗ ଉଠାଇ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍, କଡ଼ା ଜବାବ ଦେଲେ ସୁରେଶ ପୂଜାରୀ

ମହିଳା ଓ ଯୁବ ନେତୃତ୍ୱକୁ ପ୍ରାଥମିକତା

କେନ୍ଦ୍ରୀୟ ନେତୃତ୍ୱର ଚିନ୍ତାଧାରା ସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି ଯେ,ସରକାର ଓ ସଂଗଠନ ମଧ୍ୟରେ ତାଳମେଳ ରଖି ଆଗକୁ ବଢ଼ିବା ହେଉଛି ଦଳର ମୁଖ୍ୟ ଲକ୍ଷ୍ୟ । ସମସ୍ତଙ୍କୁ ଏକାଠି ନେଇ କାମ କଲେ ହିଁ ସଂଗଠନ ଆହୁରି ଅଧିକ ମଜବୁତ ହେବ। ଯୁବକମାନେ ହେଉଛନ୍ତି ଆମ ସଂଗଠନର ଭବିଷ୍ୟତ। ମହିଳା ନେତୃତ୍ୱ ଓ ଯୁବ ନେତୃତ୍ୱକୁ ଯଥେଷ୍ଟ ଗୁରୁତ୍ୱ ଦେଇ କେନ୍ଦ୍ରୀୟ ନେତୃତ୍ୱ ଆଗକୁ ବଢ଼ିବାକୁ ଚାହୁଁଛି। ଯୁବବର୍ଗଙ୍କୁ ଅଗ୍ରଭାଗରେ ରଖି ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ ଦଳ ଆଗାମୀ ଦିନରେ ନିର୍ବାଚନ ମଇଦାନକୁ ଓହ୍ଲାଇବ।