ଭୁବନେଶ୍ବର ୨।୧୦: ପୁଣି ବିଜେପିକୁ ଟାର୍ଗେଟ୍ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡିର ଜନ ସମ୍ପର୍କ ପଦଯାତ୍ରା ବେଳେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ନବୀନ । ଜନ ସମ୍ପର୍କ ପଦଯାତ୍ରା ସଭା ମଞ୍ଚରୁ ନବୀନ କହିଛନ୍ତି ଯେ, ଓଡ଼ିଶା ଦୁଃସ୍ଥିତି ଦେଇ ଗତି କରୁଛି । ଲୋକଙ୍କ ସରକାର ବୋଲି କହୁଛନ୍ତି କିନ୍ତୁ ଲୋକଙ୍କ କଥା ଶୁଣିବାକୁ କେହି ନାହାନ୍ତି ।

ପିଲାଙ୍କ ପାଇଁ ପାଠ ବହି ନାହିଁ, ଚାଷୀ ହଇରାଣ ହେଉଛନ୍ତି, ମାଆ ମାନେ ହଇରାଣ ହେଉଛନ୍ତି । ବନ୍ୟା ରିଲିଫ, ଧାନ ସଂଗ୍ରହ ଭୁଲ୍ ପରିଚାଳନା ହେଉଛି । ବିଜେପି ସରକାର ଲୋକ ବିରୋଧୀ ଓ ଓଡ଼ିଶା ବିରୋଧୀ । ଏ ସରକାର ସବୁଥିରେ ଫେଲ୍ । ଓଡ଼ିଶା ପାଇଁ ଚୁପ୍ କିନ୍ତୁ ଖଣି ମାଲିକଙ୍କ ପାଇଁ ଲଢ଼ିବାକୁ ପ୍ରସ୍ତୁତ । ଆଗାମୀ ଦିନରେ ଆହୁରି ଜୋରଦାର ଲଢ଼େଇ ହେବ ବୋଲି ନବୀନ କହିଛନ୍ତି ।

Also Read:- ହବିଷ୍ୟାଳିଙ୍କ ପାଇଁ ନିଶୁଳ୍କ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା, ଅକ୍ଟୋବର ୬ରୁ ଅନଲାଇନ୍ ଆବେଦନ

ସେପଟେ, ବିଜେପି ସରକାରକୁ ଟାର୍ଗେଟ୍ ପରେ ନବୀନଙ୍କୁ କାଉଣ୍ଟର କଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ବିଜେଡିର ଆଉ ସତ କହିବାକୁ ସାହସ ନାହିଁ । କ’ଣ ପ୍ରସଙ୍ଗ ଅଛି ବିଧାନସଭାରେ କହିଲେନି । ସେଥିପାଇଁ ତ ବିଧାନସଭା ଡକାଯାଇଥିଲା ହେଲେ ସେ MMDR ଆଉ ବହି ତ୍ରୁଟିରେ ଅଟକି ଗଲେ । ସେ ବାବଦରେ ବି ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଥିଲୁ । କାହିଁକି ସେ ବନ୍ୟା କଥା ଆଲୋଚନା କଲେ ନାହିଁ, ଚାଷୀଙ୍କ କଥା ଆଲୋଚନା କଲେ ନାହିଁ । ବାସ୍ତବରେ ବିଜେଡିର ଆଉ ସତ କହିବାର ସାହସ ନାହିଁ । ସେ କ’ଣ ଜନ ସମ୍ପର୍କ ପଦଯାତ୍ରା କରିବେ ବୋଲି ଆକ୍ଷେପ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।