ବରଗଡ଼ ୨୨।୧୧: ହୋ ହାଲ୍ଲା ଭିତରେ ସରିଲା ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ l ସମସ୍ତ ଦିନକୁ ନେଇ ଆଲୋଚନା ପରେ ଧାନ ମଣ୍ଡି ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି l ନଭେମ୍ବର ୩୦ ତାରିଖରେ ଖୋଲିବ ଭାତହାଣ୍ଡିର ମଣ୍ଡି l

ବରଗଡ ଜିଲ୍ଲାରେ ବରଗଡ, ଅତାବିରା, ପଦ୍ମପୁର RMC ଅଧୀନରେ ଥିବା ସମସ୍ତ ମାର୍କେଟ ୟାର୍ଡ ଖୋଲିବ l ମଣ୍ଡିରେ ସିସିଟିଭି ଠାରୁ ଆରମ୍ଭ କରି ସମସ୍ତ ପ୍ରକାରରେ ସୁବିଧା ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି l ଚଳିତ ଖରିଫ ଧାନ ଅମଳ ପୂର୍ବରୁ ଅନେକ ଚାଷୀଙ୍କ ଧାନ ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷାରେ ପ୍ରଭାବିତ ହୋଇଥିବାରୁ ମଣ୍ଡିରେ ଧାନ ସୁରକ୍ଷିତ ରଖିବାକୁ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛି ପ୍ରଶାସନ l

Also Read:-ନକଲି PhonePe ଦେଖାଇ ଡ୍ରେସ୍ କିଣିଲେ, ପେମେଣ୍ଟ ନକରି ଧରାପଡ଼ିଗଲା ଠକେଇର ପୂରା ଖେଳ

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ଏଥିରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ବରଗଡ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ଭଟଲି ବିଧାୟକ ଇରସିସ ଆଚାର୍ଯ୍ୟ, ପଦ୍ମପୁର ବିଧାୟକ ବର୍ଷା ସିଂ ବରିହାଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଓ ଚାଷୀ ସାମିଲ ହୋଇଥିଲେ l