ହାଇଦ୍ରାବାଦ: କିଛିଦନ ପୂର୍ବରୁ ଏକ ବଡ଼ ଦୁର୍ନୀତିର ଖୁଲାସା କରିଥିଲେ ଜଣେ ବିଜେପିନ ନେତା। ଆଉ ବୁଧବାର(୧୫/୪/୨୪) ବାସଭବନରୁ ମିଳିଲା ମୃତଦେହ। ତେଲେଙ୍ଗାନା ରଙ୍ଗାରେଡ୍ଡି ଜିଲ୍ଲା ବଡାଙ୍ଗପେଟର ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଏବଂ ସାମାଜିକ କର୍ମୀ ରାଲ୍ଲାଗୁଡେମ୍ ରାମକୃଷ୍ଣ ରେଡ୍ଡିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୁଧବାର,ଏପ୍ରିଲ ୧୫ ତାରିଖରେ ମେଡିପାଲି ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ତାଙ୍କ ବାସଭବନରେ ମୃତଦେହ ମିଳିଥିଲା। ରାମକୃଷ୍ଣଙ୍କ ମୃତ୍ୟୁ ନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି।

ଡେକାନ କ୍ରୋନିକଲର ଏକ ରିପୋର୍ଟ ଅନୁଯାୟୀ,ରାମକୃଷ୍ଣଙ୍କର ତାଙ୍କ ଅଞ୍ଚଳରେ ଭଲ ପରିଚିତି ଥିଲା। ସାର୍ବଜନୀନ ସମସ୍ୟାଗୁଡ଼ିକୁ ସେ ସବୁବେଳେ ସରକାରଙ୍କ ସମ୍ମୁଖରେ ଉଠାଉ ଥିବାରୁ ଲୋକେ ତାଙ୍କୁ ଜାଣିଥିଲେ। ନିକଟରେ ବଡାଙ୍ଗପେଟ୍ ସର୍କଲରେ ଅଭିଯୋଗ ହୋଇଥିବା ୧୫୦କୋଟି ଟଙ୍କାର ଦୁର୍ନୀତିର ପର୍ଦ୍ଦାଫାସ କରିବା ନେଇ ସେ ଚର୍ଚ୍ଚାରେ ଥିଲେ। ହେଲେ ମାମଲାର ନିଷ୍କର୍ସ ବାହାରିବା ପୂର୍ବରୁ ତାଙ୍କ ବାସଭବନରୁ ମୃତଦେହ ମିଳିବା ସମସ୍ତଙ୍କ ପାଇଁ ଚିନ୍ତାରେ ପକାଇ ଦେଇଛି।

Also Read- TCS Nashik BPO case: ଏଚ୍ଆର୍ ମ୍ୟାନେଜର ନିଦା ଖାନ୍ ଭୂମିକାକୁ ନେଇ ବଢ଼ିଲା ସନ୍ଦେହ, ଫେରାର୍ ପରେ ଖୋଜୁଛି ପୁଲିସ

ତେବେ ରାମକୃଷ୍ଣଙ୍କ ମୃତଦେହ ଆଖାପାଖର ପରିସ୍ଥିତି ନେଇ ପୁଲିସ ମନରେ ସନ୍ଦେହ ବଢ଼ିଛି। ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ପୋଲିସ କହିଛି ଯେ ସେମାନେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୯୪ ଅନୁଯାୟୀ ସନ୍ଦେହଜନକ ମୃତ୍ୟୁର ଏକ ମାମଲା ରୁଜୁ କରିଛନ୍ତି। ମାମଲାରେ ତଦନ୍ତ ଜାରି ରହିଛି।