ଭୁବନେଶ୍ବର ୨୬।୨:ରାଜ୍ୟସଭା ନାମାଙ୍କନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳକସରତ ଆରମ୍ଭ କରିଦେଇଛନ୍ତି । ଖୁବଶୀଘ୍ର ରାଜ୍ୟସଭା ନେଇ ପ୍ରାର୍ଥୀ ଘୋଷଣା କରିବ ବୋଲି ବିଜେପି କହିଥିବା ବେଳେ ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ନେଇଛି ବିଜେଡି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ୬ ସେଟ୍ ଫର୍ମ ନେଇଛନ୍ତି ।

ସେପଟେ ଗୁରୁବାର ବସିବ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ରାଜ୍ୟସଭା ନିର୍ବାଚନ ଥିବାରୁ ଏହା ଗୁରୁତ୍ୱ ବହନ କରୁଛି । ରାଜ୍ୟସଭା ଏବଂ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ନେଇ ଆଲୋଚନା ହେବ ।

ବିଜେଡି ମହିଳା ସଭାପତି ସେହ୍ନାଙ୍ଗିନି ଛୁରିଆ କହିଛନ୍ତି, ରାଜ୍ୟସଭା ନିର୍ବାଚନରେ ନବୀନ ସରପ୍ରାଇଜ୍ ଦେବେ । କାହାକୁ ପ୍ରାର୍ଥୀ କରାଯିବ ସେ ନିଷ୍ପତ୍ତି ନବୀନ ପଟ୍ଟନାୟକ ନେବେ । ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା ହେବ ବୋଲି ସ୍ନେହାଙ୍ଗିନି କହିଛନ୍ତି ।