ଭୁବନେଶ୍ଵର: ବିଜେଡି ଲିଗାଲ ଫ୍ରଣ୍ଟର ସଭ୍ୟମାନେ ଆଜି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଶ୍ରୀ ପଟ୍ଟନାୟକ ବିଜେଡି ଲିଗାଲ ଫ୍ରଣ୍ଟକୁ ଆହୁରି ମଜବୁତ୍ କରିବା ପାଇଁ ପରାମର୍ଶ ହେଇଛନ୍ତି । ସେହିପରି ସାଧାରଣ ଲୋକ ଙ୍କୁ ନ୍ୟାୟ ଦେବାରେ ସରକାର ଅବହେଳା କରୁଥିବାରୁ ସାଧାରଣ ଲୋକଙ୍କ ପାଇଁ ସ୍ୱର ଉଠାଇବାକୁ ଶ୍ରୀ ପଟ୍ଟନାୟକ ଲିଗାଲ ଫ୍ରଣ୍ଟର ସଭ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏହା ସହିତ ସାଧାରଣ ଲୋକ ଯେପରି ବ୍ୟବସ୍ଥାରୁ ନ୍ୟାୟ ପାଇ ପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଛନ୍ତି। ଏହା ସହିତ ଆଇନ ସହାୟତା ଆବଶ୍ୟକ କରୁଥିବା ଗରିବ ଲୋକଙ୍କୁ ମଧ୍ୟ ମାଗଣାରେ ଆଇନ ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ପଟ୍ଟନାୟକ ବିଜେଡି ଲିଗାଲ ଫ୍ରଣ୍ଟ ସଭ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ସାକ୍ଷାତ ସମୟରେ ବିଜେଡି ଲିଗାଲ ଫ୍ରଣ୍ଟର ସଦସ୍ୟ ମିଲନ କାନୁନଗୋ, ମନୋଜ ବର୍ମା, ସିଦ୍ଧାର୍ଥ ଦାସ ଓ ସୁରେଶ ବାରିକଙ୍କ ସହିତ ଅନ୍ୟମାନେ ଯୋଗେ ଦେଇ ବିଜେଡି ଲିଗାଲ ଫ୍ରଣ୍ଟ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରରେ କିଭଳି ଆହୁରି ମଜବୁତ୍ ହୋଇ ପାରିବ, ସେ ସମ୍ପର୍କରେ ଦଳ ସଭାପତିଙ୍କୁ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ ।