ଭୁବନେଶ୍ୱର ୨୫।୧୦ : ବିରୋଧୀଙ୍କୁ ପ୍ରତି ପ୍ରଶ୍ନର ଉତ୍ତର ଦେବାକୁ ମୁଁ ଚାହୁଁନାହିଁ । ସରକାର ସବୁବେଳେ ସଜାଗ ରହିଛନ୍ତି । ଏମିତି କିଛି କହି କୋଟିଆ ପ୍ରସଙ୍ଗରେ ବିରୋଧୀ ଦଳଙ୍କୁ କଡ଼ା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ କହିଛନ୍ତି ଯେ, ବିରୋଧୀଙ୍କ ପ୍ରତିଉତ୍ତର ଦେବାକୁ ମୁଁ ଚାହୁଁନାହିଁ। ବ୍ଲକସ୍ତରରେ ସର୍ବଦଳୀୟ କମିଟି ଗଠନ ହୋଇଛି। ଜିଲ୍ଲାସ୍ତରେ କୋଟିଆ ପାଇଁ ସର୍ବଦଳୀୟ କମିଟି ଗଠନ ହୋଇଛି। କୋରାପୁଟ ଜିଲ୍ଲାସ୍ତରରେ ରେ ଏକାଠି ହୋଇ ଲଢ଼ିବା ପାଇଁ ବିରୋଧୀଦଳ ବିଧାୟକଙ୍କୁ ନେଇ କମିଟି ହୋଇଛି। ଏଇଟା କୌଣସି ଦଳର ପ୍ରସଙ୍ଗ ନୁହେଁ ଏହା ଓଡ଼ିଶାର ଅସ୍ମିତାର ପ୍ରତୀକ । ଆନ୍ଧ୍ରର ଯୋଜନାକୁ ପଣ୍ଡ କରିବା ଆମର ଲକ୍ଷ୍ୟ, ଓଡ଼ିଶା ସରକାର କଡ଼ା ଆଭିମୁଖ୍ୟ ଯୋଗୁ ଆନ୍ଧ୍ର ପ୍ରଦେଶ ୨୦୨୧ରେ କୋଟିଆ ସୀମା ଭିତରେ ପୋଲିଂ ଷ୍ଟେସନ କରିଥିଲା । ଏଥର ସୀମା ଆରପଟେ ପୋଲିଂ ଷ୍ଟେସନ କରିଛି । ତାଙ୍କ ଦଲାଲଙ୍କୁ ଘଉଡ଼ାଇ ଦିଆଯାଇଛି ।

Also Read:-କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ, କଂଗ୍ରେସ-ବିଜେଡିର ଟାର୍ଗେଟ୍

ସେହିପରି ବିଧାନସଭା, ଜିଲ୍ଲାପରିଷଦ, ଗ୍ରାମପଞ୍ଚାୟତ, ମ୍ୟୁନିସିପାଲିଟି ସାମ୍ବିଧାନିକ ସଂସ୍ଥା। ଗୋଟିଏ ସ୍ଥାନରେ ଦୁଇଜଣ ନିର୍ବାଚିତ ପ୍ରତିନିଧି ରହିପାରିବେ ନାହିଁ। ତେଣୁ ତାହା ବିରୁଦ୍ଧରେ ଆମେ କୋର୍ଟରେ ଆମର ଦାବି ଉପସ୍ଥାପନ କରିବୁ। ପୂର୍ବରୁ ଓଡ଼ିଶା ସରକାର ୧୯୬୮, ୨୦୦୬ରେ କୋର୍ଟକୁ ଯାଇଥିଲେ ସେତେବେଳେ ଆମେ ହରିଲୁ । ୨୦୦୭ରେ ପିଟିସନରେ ହାରିଲୁ।

Watch Video:-