ମୁମ୍ବାଇ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକରୋଚ ଜନତା ପାର୍ଟି ଦ୍ଵାରା ଆୟୋଜିତ ରାଲିରେ ବଲିଉଡ ଅଭିନେତା ଇମ୍ରାନ ଖାନ ସାମିଲ ହୋଇଥିଲେ। ବିଦେଶୀ ନାଗରିକ ହୋଇ ପ୍ରଦର୍ଶନରେ ସାମିଲ ହେବାରୁ ତାଙ୍କୁ ଭାରତ ଛାଡ଼ିବାକୁବ ବିଦେଶୀ ଆଞ୍ଚଳିକ ପଞ୍ଜିକରଣ କାର୍ଯ୍ୟାଳୟ(FRRO) ପକ୍ଷରୁ ନୋଟିସ୍ ମିଳିଥିଲା। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଇମ୍ରାନ ଖାନ। ଏହା ଉପରେ ଆଜି ଶୁଣାଣି ହୋଇଛି। ଭବିଷ୍ୟତରେ କୌଣସି ପ୍ରଦର୍ଶନରେ ସାମିଲ୍ ହେବେ ନାହିଁ ବୋଲି ଅଦାଲତରେ କହିଛନ୍ତି ଅଭିନେତା। ହେଲେ ଅଦାଲତ ଇମ୍ରାନଙ୍କୁ ଭଲ କରି ତାଗିଦ କରିଛନ୍ତି।

ବମ୍ବେ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଏମସି ତ୍ରିପାଠୀ ଓ ବିଚାରପତି ଅଦ୍ଵୈତ ସେଠନାଙ୍କ ପୀଠ ଗତ ସପ୍ତାହରେ ହିଁ ନୋଟିସ୍ ଉପରେ ରୋକ୍ ଲଗାଇ ଦେଇଥିଲେ। ଶୁଣାଣି ସମୟରେ ଇମ୍ରାନଙ୍କ ବରିଷ୍ଠ ଓକିଲ ଭେଙ୍କଟେଶ ଧୋଣ୍ଡ ଯାଚିକାର ଉଲ୍ଲେଖ କରି କହିଛନ୍ତି, ଅଭିନେତାଙ୍କର କୌଣସି ବି ବିରୋଧ ପ୍ରଦର୍ଶନକାରୀ ସଂଗଠନ ସହ ସଂପର୍କ ନାହିଁ। ନା ମୋ ମହକିଲଙ୍କୁ କୌଣସି ପ୍ରକାରର ପଚରା ଉଚୁରା କରାଯାଇଛି ନା କୌଣସି ସମନ ଜାରି ହୋଇଛି। ଯେତେ ସବୁ ଧାରା ଲଗା ଯାଇଛି ତାହା ସବୁ ଜାମିନଯୋଗ୍ୟ।

Also Read: ରାମଲୀଳା ମଇଦାନରେ ବିରୋଧୀଙ୍କ ସମାବେଶକୁ ଟାର୍ଗେଟ୍, ପରିବାରବାଦ ନେଇ ବର୍ଷିଲେ ସୁଧାଂଶୁ

ଅନ୍ୟପଟେ ରାଜ୍ୟ ସରକାରଙ୍କ ଓକିଲ କୋର୍ଟକୁ ଜଣାଇଛନ୍ତି ଯେ, ମାମଲାରେ FIR ରୁଜୁ ହୋଇଛି। ପୁଣି FPRO ପକ୍ଷରୁ ହାଜର ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂ କହିଛନ୍ତି, ତାଙ୍କ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି, ଯାହାକୁ ସେ କୋର୍ଟରେ ଉପସ୍ଥାପନ କରି ପାରିବେ। ଆବେଦନକାରୀ କହୁଛନ୍ତି ବିରୋଧ ପ୍ରଦର୍ଶନ ସହ ତାଙ୍କର କୌଣସି ସଂପର୍କ ନାହିଁ। ମାତ୍ର ସୋସିଆଲ ମିଡିଆରେ ତାଙ୍କର ପୋଷ୍ଟ ଏବଂ ଅପଲୋଡ୍ କଣ୍ଟେଣ୍ଟ ଦେଖନ୍ତୁ। ସୋସିଆଲ ମିଡିଆରେ ତାଙ୍କର ଲକ୍ଷାଧିକ ଅନୁଗାମୀ ଅଛନ୍ତି।

ମୁଁ ଆମେରିକା ନାଗରିକ, ମାତ୍ର...

ଇମ୍ରାନ ଖାନଙ୍କ ଓକିଲ ଅଦାଲତରେ କହିଛନ୍ତି, ମୋର ମହକିଲଙ୍କ ପାଖରେ ଆମେରିକା ପାସପୋର୍ଟ ଏବଂ OCI କାର୍ଡର ଫଟୋକୋପି ରହିଛି। ମୁଁ ଆମେରିକାରେ ଜନ୍ମ ଗ୍ରହଣ କରିଥିଲି, ଏଥିପାଇଁ ଆମେରିକା ନାଗରିକତା ମିଳିଛି। ମାତ୍ର ମୋର ପୂରା ଜୀବନ ଭାରତରେ ହିଁ କଟିଛି। ପୂର୍ବରୁ ହିଁ ମୋ ପାଖରେ PIO କାର୍ଡ ରହିଛି। ମୁଁ ଏଠାରେ ଛୋଟ ବେଳୁ ରହି ଆସିଛି। ଏଠାରେ ବିବାହ କରିଛି ଏବଂ ବଲିଉଡରେ କାମ କରିଛି।

Also Read: ବିଜେପିରେ ମିଶି ମୁସ୍କିଲରେ ନବ ନିର୍ବାଚିତ ଦୁଇ MLC, ସଦସ୍ୟତା ରଦ୍ଦ କରିବାକୁ ଦାବି କଲେ ବିରୋଧୀ

କୌଣସି ପ୍ରଦର୍ଶନରେ ସାମିଲ୍ ହେବିନି

ଓକିଲ କହିଛନ୍ତି, ଆମେ ଅଦାଲତକୁ ଅଣ୍ଡରଟେକିଂ ଦେବାକୁ ପ୍ରସ୍ତୁତ ଯେ, ଭବିଷ୍ୟତରେ କୌଣସି ବି ବିରୋଧ ପ୍ରଦର୍ଶନରେ ସାମିଲ ହେବୁନି। ମାମଲାରେ ଖଣ୍ଡପୀଠ କହିଛନ୍ତି, ଅଭିଯୋଗ ବହୁତ ଗମ୍ଭୀର। ଆପଣ ଜଣେ OCI କାର୍ଡଧାରୀ। ତେଣୁ ଏଠାରେ ଆପଣ ଭାରତୀୟଙ୍କ ପରି ବ୍ୟବହାର କରି ପାରିବେ ନାହିଁ। SIR ଉପରେ ଆପଣଙ୍କର କହିବାର କୌଣସି ଅଧିକାର ନାହିଁ। ଆପଣଙ୍କୁ ବିରୋଧ ପ୍ରଦର୍ଶନରେ ସାମିଲ ହେବାର କୌଣସି ଅଧିକାର ନାହିଁ।

କାହିଁକି ଗ୍ରହଣ କରୁ ନାହାନ୍ତି ଭାରତୀୟ ନାଗରିକତା।

ଅଦାଲତ ପ୍ରଶ୍ନ କରିଛନ୍ତି ଯେ, ଆପଣ ଛୋଟ ବେଳୁ ଏଠାରେ ରହୁଛନ୍ତି, ବିବାହ କରିଛନ୍ତି ଏବଂ ବଲିଉଡରେ କାମ କରି ସାରିଛନ୍ତି। ତେବେ ଭାରତୀୟ ନାଗରିକତା କାହିଁକି ସ୍ଵୀକାର କରୁ ନାହାନ୍ତି। ଏହା ଉପରେ ଓକିଲ ଧୋଣ୍ଡ କହିଛନ୍ତି, ଅଦାଲତରେ ଆମେ ଅଣ୍ଡରଟେକିଂ ଦେବାକୁ ସଂପୂର୍ଣ୍ଣ ପ୍ରସ୍ତୁତ। କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, OCI କାର୍ଡଧାରୀ ହୋଇଥିବାରୁ ଇମ୍ରାନ ଖାନଙ୍କୁ କୋର୍ଟରେ ଅଣ୍ଡରଟେକିଂ ଦେବାକୁ ପଡ଼ିବ।