କନ୍ଧମାଳ ୦୨।୧୧ : ମୃତ୍ୟୁର ଡ୍ୟାମ୍ ପାଲଟିଲା ପିଲାସାଲୁଙ୍କି! ରାତିରେ ବାଇକ୍ରେ ଫେରୁଥିବା ବେଳେ ଘଟିଲା ଅଘଟଣ। ଭାରସାମ୍ୟ ହରାଇ ଡ୍ୟାମ୍ରୁ ନଦୀ ଭିତରକୁ ଖସିପଡ଼ିଲା ବାଇକ୍। ଦୁଇ ଜଣଙ୍କ ମଧ୍ୟରୁ ଜଣେ କୌଣସି ପ୍ରକାରେ ପହଁରି ବାହାରି ଆସିଥିବା ବେଳେ ଅନ୍ୟ ଜଣଙ୍କର ମିଳୁନି ପତ୍ତା। ଗୁରୁତର ଅବସ୍ଥାରେ ଜଣଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ଓ ପୋଲିସର ତନାଘନା ଜାରି ରହିଛି।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବିଶିପଡ଼ା ଗାଁର ପ୍ରମୋଦ ବେହେରା ଓ ନଦୀଖଣ୍ଡି ସାହିର ଶ୍ରୀକାନ୍ତ ବେହେରା କୌଣସି କାମରେ ଡାକପାଲା ଅଞ୍ଚଳକୁ ଯାଇଥିଲେ। କାମ ସାରି ଉଭୟେ ବାଇକରେ ପିଲାସାଲୁଙ୍କି ଡ୍ୟାମ୍ ଦେଇ ଫେରୁଥିବା ବେଳେ ଅସାବଧାନତାବଶତଃ ବାଇକ୍ ସହ ନଦୀ ଭିତରକୁ ଖସି ପଡ଼ିଥିଲେ। ଶ୍ରୀକାନ୍ତ କୌଣସି ପ୍ରକାରରେ ପାଣିରୁ ବାହାରି ଆସିଥିଲେ। ତାଙ୍କୁ ଆହତ ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କିନ୍ତୁ ଅନ୍ୟ ଜଣେ ଯୁବକ ପ୍ରମୋଦ ବେହେରାଙ୍କର ଏଯାଏଁ କୌଣସି ପତ୍ତା ମିଳିନାହିଁ।

Also Read:-ଶାହରୁଖ ଖାନଙ୍କ ବର୍ଥ-ଡେରେ ଫ୍ୟାନ୍ସଙ୍କ ଜବରଦସ୍ତ ସେଲିବ୍ରେସନ୍, ରାତିଅଧରୁ ମନ୍ନତ ଆଗେ ଲମ୍ବାଧାଡ଼ି

ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଓ ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିଖୋଜ ପ୍ରମୋଦଙ୍କୁ ଖୋଜିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ୍ ଜାରି ରହିଛି। ହେଲେ ଖବର ଲେଖା ହେବା ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ।