ଭୁବନେଶ୍ୱର: ଓଡ଼ିଶାରେ ବିଜେଡି ନେତା ସଫଳ ହେବେନି । କାରଣ ସମସ୍ତେ ଏବେ ବିଜେପି ମୁହାଁ । ୨୪ ବର୍ଷ ବିଜେଡି ଶାସନରେ ଲୋକ ଅତିଷ୍ଠ । ବିଜେପିର ଯୋଜନା, ଜନଶୁଣାଣି ଯୋଗୁଁ ଲୋକେ ଜାଣିଲେ ବିଜେପିର ବିକଳ୍ପ ନାହିଁ । ମୁକ୍ତିକାନ୍ତ ମଣ୍ଡଳ ବିଜେପି ଆସିବେ କି ନାହିଁ, ତାହା ସମୟ କହିବ । ହେଲେ ସେ ଆଉ ବିଜେଡିରେ ରହିବାକୁ ଚାହୁଁ ନାହାନ୍ତି ।

ଯାଜପୁର ଜିଲ୍ଲାରେ ଆଉ ବିଜେଡି ନେତା ନାହାନ୍ତି । ଯେଉଁମାନେ ଭୋଟ କରାନ୍ତି, ସେମାନେ ସବୁ ବିଜେପିରେ । ଦଳ ନିର୍ଦ୍ଦେଶ ଦେଲେ ମୁଁ ବିଜେପିରେ ମଶାଇବାକୁ ବିଜେଡି ନେତା ସହ ଯୋଗାଯୋଗ କରିବି । ବିଜେଡି ଗୋଟେ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ ପରି ଥିଲା । ନେତା ଅତିଷ୍ଠ ଥିଲେ । ନିର୍ବାଚନରେ ଦେଖାଇ ଦେଲେ । ଯେତେ ଭଲ କଲେ ବିରୋଧୀ ବିରୋଧ କରିବେ ।

​​​​​​​Also Read...Minister On Road: ସେତୁବନ୍ଧ ଯୋଜନାରେ ନିର୍ମାଣ ହେବ ୫ ହଜାର ସେତୁ, ମନ୍ତ୍ରୀ କହିଲେ ଆଗାମୀ ଟାର୍ଗେଟ

ଆଇନ ଶୃଙ୍ଖଳା ଭଲ ଥିଲେ ବି ସେମାନେ ମାନିବେନି । ଧାନ ୩୧୦୦ ଟଙ୍କାରେ କିଣା କଣ ବିରୋଧୀଙ୍କୁ ପସନ୍ଦ ଆସିବ? ଯେଉଁ ବିଜେଡି ନେତା ଅଶାନ୍ତି ଅଛନ୍ତି, ସେମାନେ ବିଜେପି ସହ ରହିବେ । ଶୁଣିବାକୁ ମିଳୁଛି ବିଜୁ ତିରୋଧାନ ଦିବସରେ ତୃତୀୟ ସାମ୍ମୁଖ୍ୟ ହେବ । ଏହା ହେଲେ ବିଜେପି ଲାଭବାନ ହେବ। କାରଣ ସେମାନେ ବିଜେପି ସହିତ ରହିବେ ।

​​​​​​​