ନୂଆଦିଲ୍ଲୀ: ବୟସ ୩୯ ବର୍ଷ, କିନ୍ତୁ ପଡ଼ିଆରେ ଫୁର୍ତ୍ତି ଦେଖିଲେ ଲାଗୁଛି ସତେ ଯେମିତି ୧୯ ବର୍ଷର ଯୁବକ ! ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚରେ ଭାରତୀୟ ଦଳର ଅଭିଜ୍ଞ ବ୍ୟାଟର୍ ରୋହିତ ଶର୍ମା ନିଜର ଚମତ୍କାର ଫିଲ୍ଡିଂ ଦକ୍ଷତା ଦେଖାଇଛନ୍ତି । ତାଙ୍କର ଏକ ଜବରଦସ୍ତ ଡାଇଭିଂ କ୍ୟାଚ୍ ଏବେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଚତୁର୍ଥ ଦିନିକିଆରେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରୁଥିବା ବେଳେ ୩୧ତମ ଓଭରରେ ଏହି ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଭାରତୀୟ ସ୍ପିନର ଅକ୍ଷର ପଟେଲ ବୋଲିଂ କରୁଥିଲେ । ଓଭରର ଦ୍ୱିତୀୟ ବଲକୁ ନ୍ୟୁଜିଲାଣ୍ଡ ବ୍ୟାଟର୍ ଫିନ୍ ଆଲେନ୍ ସର୍ଟ କଭର୍ ଅଞ୍ଚଳକୁ ଖେଳିଥିଲେ । ସେଠାରେ ଫିଲ୍ଡିଂ କରୁଥିବା ରୋହିତ ଶର୍ମା ତୁରନ୍ତ ନିଜ ଡାହାଣ ପାର୍ଶ୍ୱକୁ ଡାଇଭ୍ ମାରିଥିଲେ । ଆଉ ଦୁଇ ହାତରେ ଏକ ଚମତ୍କାର କ୍ୟାଚ୍ ଧରି ଆଲେନଙ୍କ ଇନିଂସଙ୍କ ପରିସମାପ୍ତି ଘଟାଇଥିଲେ ।

 

ଫିନ୍ ଆଲେନ୍ ୩୦ଟି ବଲରୁ ୪୧ ରନ୍ କରିଥିଲେ । ତାଙ୍କ ଇନିଂସରେ ୫ଟି ଚୌକା ଓ ୨ଟି ଛକା ସାମିଲ ଥିଲା । ତେବେ ଏହି ମ୍ୟାଚରେ ରୋହିତ ଶର୍ମା ପୂର୍ବରୁ ନ୍ୟୁଜିଲାଣ୍ଡ ବ୍ୟାଟର୍ ୱିଲ୍ ୟଙ୍ଗଙ୍କ ଏକ ସହଜ କ୍ୟାଚ୍ ଛାତ ଛଡ଼ା କରିଥିଲେ । ଏହାର ଫାଇଦା ଉଠାଇ ୟଙ୍ଗ ଶତକ ହାସଲ କରିଥିଲେ । ପରେ ଫିନ୍ ଆଲେନଙ୍କ ଏହି ଚମତ୍କାର କ୍ୟାଚ୍ ଧରି ରୋହିତ ନିଜର ଫିଲ୍ଡିଂ ଦକ୍ଷତାର ପରିଚୟ ଦେଇଥିଲେ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ୫୦ ଓଭରରେ ୮ ୱିକେଟ୍ ହରାଇ ୩୩୩ ରନ୍ ସଂଗ୍ରହ କରିଥିଲା । ଜବାବରେ ଟିମ୍ ଇଣ୍ଡିଆ ମାତ୍ର ୮୯ ରନ୍ କରିବାରେ ସକ୍ଷମ ହୋଇଥିଲା ।