ଜମୁଇ: ବିହାର ଜମୁଇ ଜିଲ୍ଲାରୁ ଏକ ଲଜ୍ଜାଜନକ ଓ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳକ ଏବଂ ନାବାଳିକା ଛାତ୍ରଛାତ୍ରୀଙ୍କ ସହ ଅସଦାଚରଣ ଓ ଯୌନ ଉତ୍ପୀଡ଼ନ ଭିଡିଓ ଭାଇରାଲ ହୋଇଛି। ଭିଡିଓ ଭାଇରାଲ୍ ହେବା ପରେ ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଘଟଣା ସେପ୍ଟେମ୍ବର ୧୯ର ହୋଇଥିବା କୁହାଯାଉଛି। ଉଭୟ ଛାତ୍ରଛାତ୍ରୀ ଦଶମ ଶ୍ରେଣୀର। ଉଭୟ ବାଇକରେ ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ଏହି ଘଟଣା ଘଟିଛି। କିଛି ଯୁବକ ସେମାନଙ୍କୁ ଅଟକାଇ ବିଚ୍ ରାସ୍ତାରେ ଛାତ୍ରୀଙ୍କୁ ଟଣାଓଟରା କରିବା ସହ ଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ସନ୍ଧ୍ୟାରେ ଦୁଇଜଣ ନାବାଳକ ଛାତ୍ରଛାତ୍ରୀ ସହରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ 'ମାଡୱା ପାହାଡ଼' ବୁଲି ସ୍କୁଟରରେ ଘରକୁ ଫେରୁଥିଲେ। ଏହି ସମୟରେ ଅସାମାଜିକ ଯୁବକଙ୍କ ଏକ ଦଳ ସେମାନଙ୍କୁ ବାଟରେ ଅଟକାଇଥିଲେ। ଯୁବକମାନେ ସେମାନଙ୍କୁ ଗାଳିଗୁଲଜ କରିବା ସହ ସ୍କୁଟରରୁ ଓହ୍ଲାଇ ମାଡ଼ ମାରିବାକୁ ଚେଷ୍ଟା କରିଥିଲେ।

Also Read: ସମ୍ପତ୍ତି ବିବାଦର କରୁଣ ପରିଣତି, ସାବତ ଭାଇକୁ କଟୁରୀରେ ହାଣିଲେ ଦୁଇ ଭାଇ

ଭାଇରାଲ ଭିଡିଓରେ କଏଦ ହେଲା ବର୍ବରତା

ଘଟଣାର ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ଅସାମାଜିକ ଯୁବକଙ୍କ ନିର୍ଦ୍ଦୟତା ସ୍ପଷ୍ଟ ବାରି ହୋଇପଡ଼ୁଛି। ଜଣେ ଯୁବକ ଛାତ୍ରଜଣଙ୍କ କଲର ଧରି ତାଙ୍କୁ ଟାଣିବାକୁ ଚେଷ୍ଟା କରୁଥିବା ବେଳେ ଛାତ୍ରୀଜଣକ ନିଜ ସାଙ୍ଗକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ପରେ ଦୁହେଁ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।

ଏପରିକି ଜଣେ ଯୁବକ ଛାତ୍ରୀଜଣଙ୍କ ବେକ ଧରି ତାଙ୍କୁ ଉପରକୁ ଉଠାଇ ନେବାକୁ ଚେଷ୍ଟା କରିବା ବେଳେ ଛାତ୍ରଜଣକ ତୁରନ୍ତ ଆସି ତାଙ୍କୁ ରକ୍ଷା କରିଥିଲେ। ସଂଘର୍ଷ ସମୟରେ ଯୁବକମାନେ ଛାତ୍ରୀଙ୍କୁ ଅଶ୍ଲୀଳ ଆଚରଣ ଓ ଯୌନ ନିର୍ଯାତନା ମଧ୍ୟ ଦେଇଥିଲେ।

Also Read: ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ, ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ

ଗୋଡ଼ ତଳେ ପଡ଼ି ନେହୁରା ହେଲେ ନାବାଳିକା

ଭିଡିଓରେ ନାବାଳିକା ଛାତ୍ରୀଜଣକ ଭୟଭୀତ ହୋଇ ଯୁବକଙ୍କ ଆଗରେ ହାତ ଯୋଡ଼ି ନେହୁରା ହେଉଥିବା ଦେଖିବାକୁ ମିଳିଛି। "ଆମକୁ ଛାଡ଼ିଦିଅ, ଆମେ ଆଉ କେବେ ଏଠାକୁ ଆସିବୁ ନାହୁଁ" ବୋଲି ଗୋଡ଼ତଳେ ପଡ଼ି ଗୁହାରି କରିବା ପରେ ଯାଇ ଯୁବକମାନେ ସେମାନଙ୍କୁ ଆପୋଷା ବୁଝାମଣା ଆଳରେ କ୍ଷମା ମାଗିବାକୁ ବାଧ୍ୟ କରି ଛାଡ଼ିଥିଲେ। ଘଟଣା ସମୟରେ ଅସାମାଜିକ ଯୁବକ ନିଜ ମୋବାଇଲରେ ଏହାର ଭିଡିଓ ସୁଟିଂ କରୁଥିଲା।

ଆକ୍ସନ୍ ମୋଡରେ ପୋଲିସ

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଜମୁଇ ପୋଲିସ ଘଟଣାକୁ ଗୁରୁତର ସହ ନେଇଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ଆରମ୍ଭ ହୋଇ ଯାଇଛି ଏବଂ ମାମଲାରେ ଏଫଆଇଆର ରୁଜୁ ପ୍ରକ୍ରିୟା ଜାରି ରହିଛି। ପୋଲିସ ଦୁଇ ନାବାଳକ ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କ ବୟାନ ରକର୍ଡ କରିଛି। ଭିଡିଓ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଛି। ଖୁବଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ଆଶ୍ୱାସନା ଦିଆଯାଇଛି।