ଭୁବନେଶ୍ବର: ପରିବହନ ସଚିବଙ୍କ ସାଙ୍ଘାତିକ କାରନାମା । ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ପରିବହନ ବିଭାଗର ବାବୁଙ୍କ କାରନାମା । ବାବୁଙ୍କ କାରନାମା ଯୋଗୁଁ ବାବୁ ଜଣକ ଆଉ ମୁଁହ ଦେଖାଇପାରୁନାହାନ୍ତି I ଗଣମାଧ୍ୟମ ପ୍ରଶ୍ନର ଉତ୍ତର ବି ଦେବାକୁ ସାହସ କରିପାରୁନାହାନ୍ତି I ତାଙ୍କ ନାଁରେ ସଂଗୀନ ଆଣିଛନ୍ତି ଅଭିଯୋଗ ଜଣେ ମହିଳା ସହଯୋଗୀ I

ପରିବହନ ବିଭାଗରେ ଷ୍ଟେନୋ ଭାବେ କାମ କରୁଥିବା ମହିଳା ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ, ଦୀର୍ଘ ଦିନ ହେବ ପଦର ଅପବ୍ୟବହାର କରି ଅତିରିକ୍ତ ସଚିବ ଜଣକ ତାଙ୍କୁ ଯୌନ ଶୋଷଣ କରିଛନ୍ତି। ଏମିତିକି ଗତକାଲି ବିଳମ୍ବିତ ରାତିରେ ଘରର କବାଟ ବାଡେଇବା ସହ ଜୋରଜବରଦସ୍ତ ଭିତରକୁ ଧସେଇ ପଶି ମାଡ଼ ମାରି ତାଙ୍କ ତଣ୍ଟି ଚିପି ଦେଇଥିଲେ ବୋଲି ଅଭିଯୋଗ ଆଣିଥିଲେ ପୀଡ଼ିତା I ଏମିତିରେ ପୀଡିତାଙ୍କ ବୟାନ ଏବଂ ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ଖାରବେଳ ନଗର ଥାନା ପୋଲିସ I

Also Read: ଟଙ୍କା ଦୁଇଗୁଣ କରିବାର ଲୋଭ ଦେଖାଇ ୨୫ ଲକ୍ଷ ଠକେଇ, ଝାରସୁଗୁଡ଼ାର ୩ ଭାଇ-ଭଉଣୀ ଗିରଫ

ଆଉ ତଦନ୍ତ ପରେ ସଚିବଙ୍କ ବିରୋଧରେ ପୋଲିସ ଲଗାଇଛି ସଙ୍ଗୀନ ଦଫା । ଦୁଷ୍କର୍ମ, କ୍ଷମତା ତଥା ପଦବୀର ଦୁରୂପଯୋଗ କରି ସହକର୍ମୀଙ୍କୁ ଦୁଷ୍କର୍ମ, ହତ୍ୟା ଉଦ୍ୟମ, ଅଶ୍ଲୀଳ କାର୍ଯ୍ୟ, ଧମକ ଆଦି ଅଭିଯୋଗରେ ମାମଲା ରୁଜୁ କରି ଗିରଫ କରିଛି I

ତେବେ ଏନେଇ ଅତିରିକ୍ତ ସଚିବଙ୍କ ପ୍ରତିକ୍ରିୟା ମିଳିପାରିନାହିଁ I କିନ୍ତୁ ପରିବହନ ବିଭାଗ ଅତିରିକ୍ତ ସଚିବ ଗିରଫଦାରୀ ପରେ ସରକାରୀ ଦପ୍ତରରେ କାର୍ଯ୍ୟରତ ଯୁବତୀ ଓ ମହିଳାଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ? ଏହି ଘଟଣା ପରେ, ବିବାଦୀୟ ହୋଇପଡ଼ିଥିବା ଏହି ସଚିବଙ୍କ ବିରୋଧରେ ବିଭାଗ ନେଉଛି କି ପ୍ରକାରର କାର୍ଯ୍ୟାନୁଷ୍ଠାନ ? ତାହା ଦେଖିବାକୁ ବାକି ରହିଲା।