ପଟ୍ଟାମୁଣ୍ଡାଇ ୧୯।୧୧ : ବାତ୍ୟା ଅକଭାନକୁ ନେଇ ସତର୍କ ପ୍ରଶାସନ। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ତିନିଦିନ ପାଇଁ ବନ୍ଦ ହେଲା ଭିତରକନିକା। ନଭେମ୍ବର ୧୯ରୁ ୨୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକାକୁ ବନ୍ଦ ରଖାଯାଇଛି। ଏହି ସମୟରେ ନୌଯାତ୍ରା ଉପରେ ଲାଗିଛି କଟକଣା। ଏପରିକି ରାତ୍ରିଯାପନ ପାଇଁ ପୂର୍ବରୁ ହୋଇଥିବା ସମସ୍ତ ବୁକିଂକୁ ମଧ୍ୟ ବାତିଲ କରାଯାଇଛି। ରାଜନଗର ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି।

ବାତ୍ୟା ଅକଭାନକୁ ନେଇ ବଢ଼ିଛି ସତର୍କତା। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବନ୍ଦ ରଖାଯାଇଛି ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ନଭେମ୍ବର ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପର୍ଯ୍ୟଟକଙ୍କୁ ଭିତରକନିକା ଯିବାକୁ ଅନୁମତି ମିଳିବ ନାହିଁ। ଏହି ତିନିଦିନ ଭିତରକନିକାରେ ସମସ୍ତ ପ୍ରକାର ନୌଯାତ୍ରାକୁ ବାରଣ କରାଯାଇଛି। ନଦୀ ଓ ଜଳପଥରେ ଡଙ୍ଗା କିମ୍ବା ବୋଟ୍ ଯୋଗେ ପର୍ଯ୍ୟଟକଙ୍କ ଯାତାୟାତ ବନ୍ଦ ରହିବ। ଏଥିସହ ରାତ୍ରିଯାପନ ପାଇଁ ପୂର୍ବରୁ କରାଯାଇଥିବା ସମସ୍ତ ବୁକିଂକୁ ବାତିଲ କରାଯାଇଛି। ତେଣୁ ଏହି ସମୟରେ ଭିତରକନିକା ଯିବାକୁ ଯୋଜନା କରିଥିବା ପର୍ଯ୍ୟଟକମାନେ ନିଜ ଯାତ୍ରାକୁ ସ୍ଥଗିତ ରଖିବାକୁ ପଡ଼ିବ।

Also Read:-ମାଡ଼ି ଆସୁଛି ବାତ୍ୟା, ରକ୍ତ ପଡ଼ିବାରୁ ଶ୍ରୀମନ୍ଦିରରେ ହେଲା ମହାପ୍ରଭୁଙ୍କ ମହାସ୍ନାନ

ବାତ୍ୟା ସମୟରେ ପର୍ଯ୍ୟଟକଙ୍କ ସୁରକ୍ଷା ସହିତ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ସେଥିପାଇଁ ବନ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ରାଜନଗର ବନଖଣ୍ଡ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ତେବେ ନଭେମ୍ବର ୧୯ରୁ ୨୧ ତାରିଖ ଯାଏଁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ବାତ୍ୟାର ସ୍ଥିତି ଏବଂ ପରିସ୍ଥିତିର ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।