ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀଙ୍କ ପୁସ୍ତକ ଉପରେ ବିବାଦ ସୃଷ୍ଟି ହୋଇଛି । ସୋନିଆଙ୍କ ଆତ୍ମଜୀବନୀକୁ ନେଇ ମହାରାଷ୍ଟ୍ରରେ ରାଜନୀତି ତୀବ୍ର ହୋଇଛି । ଏପରିକି ଶିବସେନା ସିନ୍ଦେ ଗୋଷ୍ଠୀ ଏହି ବହିରେ ବୀର ସାଭରକରଙ୍କ ଅପମାନର ପ୍ରସଙ୍ଗ ଉଠାଇ ପୁସ୍ତକକୁ ମହାରାଷ୍ଟ୍ରରେ ବ୍ୟାନ କରିବାକୁ ଦାବି କରିଛି । ଶିବସେନା ସିନ୍ଦେ ଗୋଷ୍ଠୀର ନେତା ଏହି ବହିର ପୃଷ୍ଠା ନମ୍ୱର ୨୦୧ ଉପରେ ଆପତ୍ତି ଉଠାଇଛନ୍ତି ଏବଂ କହିଛନ୍ତି ଯେ ଏଥିରେ ଯାହା ଲେଖାଯାଇଛି, ତାହା ବାଲାସାହେବ ଠାକରେଙ୍କ ଅପମାନ ଅଟେ ।

ଶିବସେନା ସିନ୍ଦେ ଗୋଷ୍ଠୀ ନେତା ସାମ୍ୱାଦିକ ସମ୍ମିଳନୀ କରି ସୋନିଆଙ୍କ ପୁସ୍ତକରେ ବୀର ସାବରକରଙ୍କ ଅପମାନର ପ୍ରସଙ୍ଗ ଉଠାଇଛି ଏବଂ ସୋନିଆ ସମେତ ଉଦ୍ଧବ ଠାକରେଙ୍କୁ ବି ଟାର୍ଗେଟ୍ କରିଛି । ସେମାନେ ଅଭିଯୋଗ କରିଛନ୍ତି ଯେ ସୋନିଆ ଗାନ୍ଧୀ ପେଜ୍ ନମ୍ୱର ୨୦୧ରେ ଯାହା ଲେଖିଛନ୍ତି ତାହା ବାଲାସାହେବ ଠାକରେଙ୍କ ଅପମାନ ଏବଂ ମହାରାଷ୍ଟ୍ରର ଅପମାନ । ସୋନିଆ ଗାନ୍ଧୀ ଲେଖିଛନ୍ତି ଯେ ବୀର ସାଭରକର ଇଂରେଜଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଇଂରେଜଙ୍କୁ ଚିଠି ଲେଖିଥିଲେ । ଏହା ବୀର ସାଭରକର ଏବଂ ମହାରାଷ୍ଟ୍ରର ଅପମାନ, କିନ୍ତୁ ଉଦ୍ଧବ ଠାକରେ ଏଥିରେ ଗୋଟିଏ ବି ଶବ୍ଦ କହି ନାହାଁନ୍ତି; ବରଂ ସେ କଂଗ୍ରେସ ନେତାଙ୍କଠାରୁ ଖୁସିରେ ଏହି ପୁସ୍ତକ ଗ୍ରହଣ କରୁଛନ୍ତି ।

Also Read: ସୋନିଆ ଗାନ୍ଧୀଙ୍କ ବହିକୁ ବିରୋଧ କରି ‘ବାଲ୍ ଠାକରେ’ଙ୍କ ଫଟୋ ଚିରିଲେ ଶିବସେନା ନେତ୍ରୀ

ବହିର ନାଁ 'ବିଲଙ୍ଗିଂ ଅଫ୍ ଜିହାଦ' ହେବା ଉଚିତ: ଶିବସେନା ସିନ୍ଦେ ଗୋଷ୍ଠୀ

ଶିବସେନା ସିନ୍ଦେ ଗୋଷ୍ଠୀର ନେତାମାନେ କହିଛନ୍ତି, "ଏହି ପୁସ୍ତକର ଶୀର୍ଷକ 'ବିଲଙ୍ଗିଂ ଅଫ୍ ଲଭ୍' ନ ହୋଇ 'ବିଲଙ୍ଗିଂ ଅଫ୍ ଜିହାଦ' ହେବା କଥା, କାରଣ ଏହି ପୁସ୍ତକ ହିନ୍ଦୁତ୍ୱ ବିରୋଧୀ । ସିନ୍ଦେ ଶିବସେନା ମହାରାଷ୍ଟ୍ର ସରକାରଙ୍କ ନିକଟରେ ଦାବି କରିଛି ଯେ ସୋନିଆ ଗାନ୍ଧୀଙ୍କ ପୁସ୍ତକକୁ ମହାରାଷ୍ଟ୍ରରେ ବ୍ୟାନ କରାଯାଉ । ପୁସ୍ତକରେ ବୀର ସାଭରକରଙ୍କ ପ୍ରତି ହୋଇଥିବା ଅପମାନକୁ ମହାରାଷ୍ଟ୍ରରେ ବରଦାସ୍ତ କରାଯିବ ନାହିଁ ।

ସାମ୍ୱାଦିକ ସମ୍ମିଳନୀରେ ସିନ୍ଦେ ଶିବସେନା ନେତାମାନେ ସୋନିଆଙ୍କ ପୁସ୍ତକ ଚିରି ପ୍ରତିବାଦ କରିଥିଲେ । ସଞ୍ଜୟ ନିରୁପମ ମଧ୍ୟ ଏହି ପ୍ରସଙ୍ଗରେ ବୟାନ ଦେଇଛନ୍ତି । ସଞ୍ଜୟ ନିରୁପମ କହିଛନ୍ତି, "ଉଦ୍ଧବ ଠାକରେଙ୍କ ମୁହଁରୁ ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ଗୋଟିଏ ଶବ୍ଦ ମଧ୍ୟ ବାହାରୁ ନାହିଁ, ଯାହାଙ୍କ ପୁସ୍ତକ ବୀର ସାଭରକରଙ୍କୁ ଅପମାନିତ କରିଛି । ଆମେ ଏହି ପୁସ୍ତକକୁ ବିରୋଧ କରୁଛୁ । ଆମେ ଆଶା କରୁଛୁ ଯେ ମହାରାଷ୍ଟ୍ର ସରକାର ସମଗ୍ର ରାଜ୍ୟରେ ଏହି ବହି ବ୍ୟାନ କରିବେ ।"