ଭୁବନେଶ୍ୱର ୩୧।୦୮ : ଓଡିଶା ଜନତା କଂଗ୍ରେସରୁ (OJC)ରୁ ସୋଫିଆ ନିର୍ବାଚନ ଲଢିବା ପ୍ରସଙ୍ଗ ।ପିସିସି ସଭାପକି ଭକ୍ତଚରଣ ଦାସଙ୍କ କଟାକ୍ଷ।ଭକ୍ତ କହିଛନ୍ତି ଯେ, ସୋଫିଆ ଯଦି ଅନ୍ୟ ଦଳରୁ ନିର୍ବାଚନ ଲଢିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେବେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଦିଅନ୍ତୁ । ଜଣେ ଗୋଟିଏ ଦଳରେ ରହି ନିର୍ବାଚନ ଲଢି ବିଜୟୀ ହୋଇଥିବା ବେଳେ ଅନ୍ୟ ଦଳରେ ନିର୍ବାଚନ ଲଢିବା କଥା କହିବା ଉଚିତ୍ ନୁହେଁ। ତେଣୁ ନୈତିକତା ଦୃଷ୍ଟିକୋଣରୁ ସୋଫିଆ ଯଦି କଂଗ୍ରେସ ଦଳକୁ ପ୍ରତ୍ୟାଖାନ କରି ସାରିଛନ୍ତି ତାହେଲେ ଅନ୍ୟ ଦଳକୁ ଚାଲିଯିବା ଉଚିତ୍ ।

ସୂଚନାନୁଯାୟୀ, ବାରବାଟୀ-କଟକର ବର୍ତ୍ତମାନର ବିଧାୟିକା ସୋଫିଆ ଫିର୍ଦ୍ଦୋସ ଆଗାମୀ ୨୦୨୯ ସାଧାରଣ ନିର୍ବାଚନରେ ଆଉ ଜାତୀୟ କଂଗ୍ରେସ ଟିକେଟରୁ ଲଢ଼ିବେ ନାହିଁ । ବରଂ ସେ ତାଙ୍କ ପିତା ମହମ୍ମଦ ମୋକିମଙ୍କ ନେତୃତ୍ୱାଧୀନ ନୂତନ ରାଜନୈତିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’ ଟିକେଟରୁ ମଇଦାନକୁ ଓହ୍ଲାଇବେ । ଖୋଦ୍ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଏହି ବଡ଼ ଘୋଷଣା କରିଛନ୍ତି । ତାଙ୍କ ଘୋଷଣାକୁ ନେଇ ଏବେ ରାଜ୍ୟ ରାଜନୀତିରେ ବଡ଼ ହଲଚଲ୍ ସୃଷ୍ଟି ହୋଇଛି । ବିଧାୟିକା ସୋଫିଆ ଫିର୍ଦ୍ଦୋସ କଂଗ୍ରେସର ହାତ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି ।

Also Read:-Grain ATM: ଆଙ୍ଗୁଠି ଟିପିଲେ ମିଳିବ ୨୪ ଘଣ୍ଟିଆ ଚାଉଳ, ରିଟେଲର ପାଖରେ ଦେବାକୁ ପଡିବନି ଲମ୍ବା ଲାଇନ୍

ସେହିପରି ଏକ ସାକ୍ଷାତକାରରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ କଂଗ୍ରେସର ଶୀର୍ଷ ନେତୃତ୍ୱ ଓ କାର୍ଯ୍ୟଶୈଳୀ ଉପରେ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, କଂଗ୍ରେସରେ ଏବେ ଆଉ ପୂର୍ବଭଳି ନୀତି, ଆଦର୍ଶ ବା ଶୃଙ୍ଖଳା ବଞ୍ଚି ନାହିଁ। ରାଜନୈତିକ ଇତିହାସ ସାକ୍ଷୀ ରହିଛି ଯେଉଁ ରାଜ୍ୟରେ କଂଗ୍ରେସ ଲଗାତାର ଚାରି ଥର ପରାଜିତ ହୋଇଛି, ସେଠାରେ ଦଳ ଆଉ କେବେ ମୁଣ୍ଡ ଟେକି ଛିଡ଼ା ହୋଇପାରିନାହିଁ। କେନ୍ଦ୍ରୀୟ ତଥା ରାଜ୍ୟ ସ୍ତରର ଭୁଲ୍ ନେତୃତ୍ୱ ଏବଂ ନେତାମାନଙ୍କ ମଧ୍ୟରେ ଲାଗି ରହିଥିବା ଅନ୍ତର୍ଦ୍ୱନ୍ଦ୍ୱ ଓ ଗୋଡ଼ ଟଣାଟଣି ଯୋଗୁଁ କଂଗ୍ରେସ ଆଜି ସମ୍ପୂର୍ଣ୍ଣ ତଳକୁ ଚାଲିଯାଇଛି। ଓଡ଼ିଶାରେ କଂଗ୍ରେସର ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଥିବାରୁ ସୋଫିଆ ଆଉ ଏହି ଦଳରେ ରହିବେ ନାହିଁ।