ଢେଙ୍କାନାଳ ୩୧।୮: ରାଜ୍ୟରେ ଖୋଲିଲା ତୃତୀୟ ଗ୍ରେନ୍ ବା ଚାଉଳ ଏଟିଏମ୍ । ଆଉ ରିଟେଲର ପାଖରେ ହିତାଧିକାରୀଙ୍କୁ ଦେବାକୁ ପଡିବନି ଲମ୍ବା ଲାଇନ । ଆଙ୍ଗୁଠି ଟିପିଲେ ହିତାଧିକାରୀଙ୍କୁ ମିଳିଯିବ ତାଙ୍କ ପ୍ରାପ୍ୟ ଚାଉଳ । ଏହି ଏଟିଏମରେ ହିତାଧିକାରୀ ମାନଙ୍କୁ ମିଳିଯିବ ୨୪ ଘଣ୍ଟିଆ ସେବା ।

ଏହାପରେ କେନ୍ଦୁଝର ପରେ ପର୍ଯ୍ୟାୟ କ୍ରମେ ସମସ୍ତ ଜିଲ୍ଲାରେ ଖୋଲିବ ଏହି ଏଟିଏମ । ହିତାଧିକାରୀ ମାନଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏହି ଏଟିଏମ ସେବା ପ୍ରଦାନ କରାଯାଉଛି । ବାୟୋମେଟ୍ରିକ ବା ଟିପଚିହ୍ନ ଦେଇ ଆଧାର ଅପଡେଟ ପରେ ହିତାଧିକାରୀଙ୍କ ପ୍ରାପ୍ୟ ଚାଉଳ ମିଳିଯିବ ।

Also Read:- ଉପମୁଖ୍ୟମନ୍ତ୍ରୀ ନିଯୁକ୍ତିକୁ ଚ୍ୟାଲେଞ୍ଜ ମାମଲା : ହାଇକୋର୍ଟରେ ଶୁଣାଣି, ରାୟକୁ ଅପେକ୍ଷା

ଢେଙ୍କାନାଳରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜ୍ୟର ଏହି ତୃତୀୟ ଗ୍ରେନ ଏଟିଏମ ଉଦଘାଟନ କରି ଏହା ପ୍ରକାଶ କରିଛନ୍ତି । ଢେଙ୍କାନାଳବାସୀ ଏହି ସେବାର ସୁଯୋଗ ନେବାକୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି । ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିଃ ଏବଂ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ଏଟିଏମକୁ ପରିଚାଳନା କରାଯିବ । ଏହି ଅବସରରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ, ପୌର ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ଦାସ, ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ଓ ବିଭାଗୀୟ ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ । ତେବେ ଏହି ସେବା ପାଇବା ପରେ ଉପସ୍ଥିତ ହିତାଧିକାରୀ ମାନେ ବେଶ ଖୁସି ଓ ଉତ୍ସାହିତ ହୋଇପଡିଛନ୍ତି ।

Watch Video: