ବେଙ୍ଗାଲୁରୁ: ଋଣ ସୁଧ ଟଙ୍କା ପରିଶୋଧ ନ କରିପାରିବାରୁ ନୃଶଂସତାର ସୀମା ଟପିଲେ ସୁଧ କାରବାରକାରୀ ଜଣେ ମହିଳାଙ୍କୁ ଅପହରଣ କରିବା ସହ ଅତ୍ୟନ୍ତ ନିର୍ମମ ଭାବେ ଅତ୍ୟାଚାର କରାଯାଇଥିବା ଅଭିଯୋଗ ହୋଇଛି। ବେଙ୍ଗାଲୁରୁ ସହରରେ ଘଟିଥିବା ଏହି ଚାଞ୍ଚଲ୍ୟକର ଘଟଣାରେ ପୁଲିସ ଜଣେ ପୁରୁଷ ଓ ଦୁଇ ଜଣ ମହିଳାଙ୍କ ସମେତ ମୋଟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୁଲିସର ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ହେଲେ ରେଶମା ବାନୁ, ନଜାଥ୍ ଏବଂ ରେଶମାଙ୍କ ସ୍ୱାମୀ ସୁହେଲ। ଅଭିଯୋଗ ଅନୁଯାୟୀ, ପୀଡ଼ିତା ମହିଳାଜଣକ ପ୍ରାୟ ୨ ବର୍ଷ ପୂର୍ବେ ରେଶମା ବାନୁଙ୍କଠାରୁ ୧ ଲକ୍ଷ ଟଙ୍କା ଋଣ ନେଇଥିଲେ। ପରବର୍ତ୍ତୀ ସମୟରେ ରେଶମାଙ୍କ ମାଧ୍ୟମରେ ନଜାଥଙ୍କଠାରୁ ଅଧିକ ୫୦ ହଜାର ଟଙ୍କା ଆଣିଥିଲେ।

Also Read: ଚୋରି ସୁନାରେ ଲକ୍‌ଜ୍ୟୁରୀ ଲାଇଫ୍ ଷ୍ଟାଇଲ୍ ; ୪ ମାସ ଧରି ଚକ୍‌ମା, ମର୍ଣ୍ଣିଂ ଓ୍ବାକର୍‌ଙ୍କୁ କରୁଥିଲେ ଟାର୍ଗେଟ୍

ଆର୍ଥିକ ସଙ୍କଟ ଓ ଅପହରଣ

ସାମ୍ପ୍ରତିକ ଆର୍ଥିକ ସମସ୍ୟା ଯୋଗୁଁ ମହିଳାଜଣକ ଗତ ୬ ମାସ ହେବ ଋଣର ସୁଧ ଏବଂ ୨ ମାସ ହେବ କିସ୍ତି ଟଙ୍କା ଦେଇପାରି ନଥିଲେ। ଏହାପରେ ସେ ରେଶମାଙ୍କ ନମ୍ବରକୁ ବ୍ଲକ୍ କରି ନିଜ ମା'ଙ୍କ ଘରକୁ ଚାଲିଯାଇଥିଲେ। କାମ ଦେବା ବାହାନାରେ ନଜାଥ୍‌ ମହିଳାଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଡାକିଥିଲେ। ମହିଳାଜଣକ ସେଠାରେ ପହଞ୍ଚିବା କ୍ଷଣି ରେଶମା ଏବଂ ସୁହେଲ ଆସି ତାଙ୍କୁ ଛୁରୀ ଦେଖାଇ ଆକ୍ରମଣ କରିଥିଲେ। ଏହାପରେ ତାଙ୍କୁ ଜବରଦସ୍ତ ଏକ ଅଟୋରିକ୍ସାରେ ଅପହରଣ କରି କୁମ୍ବଲଗୋଡୁ ନିକଟସ୍ଥ ଏକ ଘରକୁ ନେଇ ଅଟକ ରଖିଥିଲେ।

ନଗ୍ନ କରି ଭିଡିଓ ବନାଇ ବ୍ଲାକମେଲ୍

ସେଠାରେ ଅଭିଯୁକ୍ତମାନେ ମହିଳାଙ୍କୁ ନଗ୍ନ କରି ଅତ୍ୟନ୍ତ ନିର୍ମମ ଭାବେ ମାରପିଟ୍ କରିବା ସହ ତାଙ୍କର ଭିଡିଓ ରେକର୍ଡିଂ କରିଥିଲେ। ଟଙ୍କା ନ ଫେରାଇଲେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ୍ କରିଦେବାକୁ ମଧ୍ୟ ଧମକ ଦେଇଥିଲେ। ମହିଳାଜଣକ ଘରକୁ ନ ଫେରିବାରୁ ତାଙ୍କ ମା' ଚନ୍ଦ୍ରା ଲେଆଉଟ୍ ପୁଲିସ ଷ୍ଟେସନରେ ଏକ ନିଖୋଜ ଏଫ୍‌ଆଇଆର୍ ଦାୟର କରିଥିଲେ। ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଛି।

Also Read: ଶ୍ୱଶୁର ଘରେ ରହିବାକୁ ନେଇ ବିବାଦ, ଜ୍ୱାଇଁଙ୍କୁ ରଡ୍‌ରେ ପିଟି ପିଟି ହତ୍ୟା ଅଭିଯୋଗ