ବଲାଙ୍ଗୀର: ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଥିଲେ ଲାଞ୍ଚୁଆ ପ୍ରିନ୍ସିପାଲ। ଏହା ପରେ ତାଙ୍କୁ ଗିରଫ କରିବା ସହ ତାଙ୍କର ବିଭିନ୍ନ ଠିକଣାରେ ଚଢଉ କରିଥିଲା ଭିଜିଲାନ୍ସ। ଏବେ ଜେଲ ଗଲେ ବଲାଙ୍ଗିର ସରକାରୀ ଆଇଟିଆଇ  କଲେଜ ପ୍ରିନ୍ସିପାଲ। ଆଜି ତାଙ୍କୁ କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ ବିଭାଗ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଚଢଉ ବେଳେ ରାଉରକେଲା ଘରୁ ୫ଲକ୍ଷ ୧୬ ହଜାର ଟଙ୍କା ଜବର କରିଛି ତଦନ୍ତକାରୀ ଟିମ୍। ତା ସହ ରାଉରକେଲା, ସୁନ୍ଦରଗଡ଼, ଜଟଣୀ, କଟକ, ମହାକାଳପଡ଼ାରେ ୧୧ଟି ପ୍ଲଟ,  ସୁନା ୨୬୩ ଗ୍ରାମ, ରୁପା ଅଢେଇ କେଜି, ରାଉରକେଲା ଠାରେ ୨ ଟି ଫ୍ଲାଟ ସହ ୩ ଟି ବାଇକ, ଗୋଟିଏ କାଟ ଜବତ କରିଛି ଭିଜିଲାନ୍ସ। ଏ ସବୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କେସ କରିବା ସହ ଜେଲ ପଠାଇଛି ଭିଜିଲାନ୍ସ।  ଏନେଇ ଆଉ କଣ ସବୁ ରହିଛି ପ୍ରିନ୍ସିପାଲଙ୍କ ସ୍ଥାବର ଅସ୍ଥାବର ସମ୍ପତି ତାହାର ଯାଞ୍ଚ ଚାଲିଥିବା ବେଳେ ବ୍ୟାଙ୍କ ଆକାଉଣ୍ଟ ସହ ଅନ୍ୟ ସବୁ ସମ୍ପତିର ଯାଞ୍ଚ ଜାରି ରହିଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ।

Also Read: ଶାଳକକୁ ପଥରରେ ଛେଚି ହତ୍ୟା କଲା ଭିଣୋଇ, ମୃତଦେହକୁ ଟ୍ରେନ୍ ଲାଇନ୍ କଡ଼ରେ ଫିଙ୍ଗିଲା

ସୂଚନାଯୋଗ୍ୟ, ଗତକାଲି ବଲାଙ୍ଗୀର ରେଳ ଷ୍ଟେସନ ଠାରୁ ଲାଞ୍ଚ ନେବା ବେଳେ ପ୍ରିନ୍ସିପାଲଙ୍କୁ ଧରିଥିଲା ଭିଜିଲାନ୍ସ। କଲେଜରେ ଗେଷ୍ଟ ଇଂଷ୍ଟକଟ୍ରର ଷ୍ଟାଫଙ୍କୁ ଚାକିରୀ ପ୍ରଦାନ, ନିୟମିତ ଦରମା କରାଇ ଦେବା ନାମରେ ମାଗିଥିଲେ ୧ ଲକ୍ଷ ୧୫ ହଜାର ଟଙ୍କା। ଏପରିକି ଟଙ୍କା ନ ଦେଲେ ଚାକିରୀରୁ ବାହାର କରିବାକୁ ୯ ଜଣଙ୍କୁ ଧମକ ଦେଇଥିଲେ । ଏ ନେଇ ଅଭିଯୋଗ କରିଥିଲେ ଅଭିଯୋଗକାରୀ। ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ୩୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଅଧ୍ୟକ୍ଷଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ।