ମସ୍କୋ, ୦୯/୦୯ : ଭୟଙ୍କର ଭୂସ୍ଖଳନ । ମାଉଣ୍ଟ ମିଜାହିରଗି ଧସିଲା ବରଫର ପାହାଡ । ୧୧ ମୃତ । ଆହୁରି ଅନେକ ଆହତ । ଏପରି ଅଭାବନୀୟ ଘଟଣା ଘଟିଛି ରୁଷରେ । ଏଠାରେ ଏକ ପର୍ବତରେ ହିମସ୍ଖଳନ ଘଟିବା ଦ୍ୱାରା ଏତେ ବଡ଼ ଅଘଟଣ ଘଟିଛି ।

ରିପୋର୍ଟ ଅନୁସାରେ, ରୁଷ୍ ମାଉଣ୍ଟ ମିଜାହିରଗିରେ ରବିବାର ସନ୍ଧ୍ୟାରେ ହିମସ୍ଖଳନ ଘଟି ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ଏହି ପାହାଡ଼ ରୁଷର ଉତ୍ତର କାକେଶସ୍ ଅଞ୍ଚଳରେ ରହିଛି। ସ୍ଥାନୀୟ ଅଧିକାରୀଙ୍କ ମୁତାବକ, ୩୩ ଜଣ ପର୍ବତାରୋହୀଙ୍କ ଏକ ଗ୍ରୁପ୍ ରବିବାର ସନ୍ଧ୍ୟାରେ ପାହାଡ଼ ଚଢ଼ୁଥିଲେ। ଏହି ସମୟରେ ଅଚାନକ ବରଫ ଧସି ସେମାନଙ୍କ ଉପରେ ପଡ଼ିଥିଲା। ଏହାପରେ ବରଫ ତଳେ ଦବି ୧୧ ଜଣ ପ୍ରାଣ ହରାଇଥିଲେ।

Also Read :- ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ୧୧ରେ ଲଘୁଚାପ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

୧୦ ଜଣ ପର୍ବତାରୋହୀ କୌଣସି ମତେ ସୁରକ୍ଷିତ ଭାବେ ତଳକୁ ଆସିଥିଲେ। ଅନ୍ୟ ୬ ଜଣ ଏବେ ବି ନିଖୋଜ ଅଛନ୍ତି । ୫୦ ଜଣିଆ ଉଦ୍ଧାରକାରୀ ଦଳ ସେମାନଙ୍କ ସନ୍ଧାନରେ ଲାଗିଛନ୍ତି। ତେବେ ପାହାଡ଼ିଆ ଅଞ୍ଚଳର ଦୁର୍ଗମ ରାସ୍ତା ଏବଂ ହିମସ୍ଖଳନ ହେବା ଭୟ ଏହି ଦିଗରେ ବାଧକ ସାଜିଛି।