ଭୁବନେଶ୍ଵର: ଆସନ୍ତାକାଲି ଉପରେ ସାରା ଦେଶର ନଜର। କାରଣ ଆସନ୍ତାକାଲି ଆସିବ ଜନାଦେଶ।୨୦୨୬ର ସବୁଠୁ ବଡ଼ ନିର୍ବାଚନୀ ଲଢେଇର ଫଳାଫଳ କାଲି ପ୍ରକାଶ ପାଇବ।ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇବ।ତେବେ ପଶ୍ଚିମବଙ୍ଗ ଉପରେ ରହିଛି ସାରା ଦେଶର ନଜର।ଏବେ ଓଡ଼ିଶା ରାଜନୀତିକୁ କେତେ ପ୍ରଭାବିତ କରିବ ତାକୁ ନେଇ ଚାଲିଛି ଚର୍ଚ୍ଚା ଏବଂ ଆରମ୍ଭ ହୋଇଛି ବୟାନବାଜୀ।

ଆସନ୍ତାକାଲି ଆସିବ ଜନାଦେଶ।୨୦୨୬ର ସବୁଠୁ ବଡ଼ ନିର୍ବାଚନୀ ଲଢେଇର ଫଳାଫଳ କାଲି ପ୍ରକାଶ ପାଇବ।ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇବ।ତେବେ ସାରା ଦେଶର ନଜର ଏବେ ପଶ୍ଚିମବଙ୍ଗ ଉପରେ।୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ଭିତରେ କଡ଼ା ଟକ୍କର ହୋଇଥିଲା।ତେବେ କିଏ ମାରିବ ବାଜି ? ଜନାଦେଶ ବା ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯିବ, ତାକୁ ଚାହିଁ ରହିଛନ୍ତି ଦେଶବାସୀ।

Also Read: ମମତା ବାନାର୍ଜୀଙ୍କ ଉପରେ ଗ୍ରହର ବଡ ପ୍ରଭାବ! ୨୦୨୬ ବଙ୍ଗଳା ନିର୍ବାଚନରେ ଜିତିବେ ନା ହାରିବେ ?

ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର

ଏକଜିଟ୍ ପୋଲର ଆକଳନ ଅନୁଯାୟୀ, ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି।ଏବଂ କିଛି ଏକଜିଟ ପୋଲରେ ଭାଜପା ଆଗୁଆ ରହିଛି, ଯାହା ବିଜେପି ଶିବିରରେ ଉତ୍ସାହ ଭରି ଦେଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବାକୁ ଚାହୁଁଛନ୍ତି। ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୃଢ଼ୋକ୍ତି କରିଛନ୍ତି ଟିଏମସି ବିଜୟୀ ହେବ। ମମତା ନିଜ ବିଜୟ ଏବଂ କ୍ରମାଗତ ଚତୁର୍ଥ ଥର କ୍ଷମତାକୁ ଫେରିବା ନେଇ ଆତ୍ମବିଶ୍ବାସୀ ଅଛନ୍ତି। ଏ ସଂପର୍କରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଅଙ୍ଗ-ବଙ୍ଗ-କଳିଙ୍ଗରେ ବିଜେପି | ଅଙ୍ଗ ଅର୍ଥାତ ବିହାର ଓ ଓଡିଶାକୁ ବିଜେପି ଦଖଲ କରିବା ପରେ ଏବେ ପଶ୍ଚିମବଙ୍ଗର ପାଳି।

ଓଡ଼ିଶା ରାଜନୀତିକୁ ପଶ୍ଚିମବଙ୍ଗ କେତେ ପ୍ରଭାବିତ କରିବ ?

ଏପଟେ ଓଡ଼ିଶା ରାଜନୀତିକୁ ପଶ୍ଚିମବଙ୍ଗ କେତେ ପ୍ରଭାବିତ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା। ବଙ୍ଗ ଫଳାଫଳ ଓଡ଼ିଶାରେ ବିଜେଡି- କଂଗ୍ରେସକୁ ବଳ ଦେବ ନା ବିଜେପିକୁ ଫାଇଦା ଦେବ।ଏହି ନିର୍ବାଚନ ପ୍ରଚାରରେ ପ୍ରମୁଖ ଭୂମିକା ନେଇଥିଲେ ପଦ୍ମ କ୍ୟାମ୍ପ ନେତା। ପଶ୍ଚିମ ବଙ୍ଗରେ ବିଜେପି ସରକାର କରିବ ଏବଂ ଓଡ଼ିଶାର ପ୍ରଭାବ ପଶ୍ଚିମବଙ୍ଗ ଉପରେ ପଡିଛି।ସେହିପରି ପଶ୍ଚିମବଙ୍ଗର ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ପଡ଼ିବ।

Also Read: ECIଙ୍କ ବଡ଼ ନିଷ୍ପତ୍ତି, ଫଲ୍ତାରେ ମତଦାନ ରଦ୍ଦ, ୨୧ରେ ସବୁ ବୁଥ୍ରେ ପୁଣି ଭୋଟ୍

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନରେ ବି ବିଜେପି ଜିତିବ ବୋଲି ଦୃଢୋକ୍ତି କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର | ସେପଟେ କିନ୍ତୁ ବିଜେଡ଼ି ଓ କଂଗ୍ରେସ ଏହାକୁ ନେଇ କହିଛନ୍ତି ବିଜେପି ଦିବା ସ୍ବପ୍ନ ଦେଖୁଛି | ପ୍ରଥମେ ବଙ୍ଗ ବିଜୟ କରନ୍ତୁ ବୋଲି କହିଛନ୍ତି ବିରୋଧୀ। ପାଞ୍ଚ ରାଜ୍ୟରେ ରାଜନୈତିକ ଗତିଶୀଳତାକୁ ନିର୍ଣ୍ଣୟ କରିବ ଆସନ୍ତାକାଲିର ଫଳାଫଳ, ଯାହା ଉପରେ ରହିଛି ଦେଶବାସୀଙ୍କ ନଜର |