ନୂଆଦିଲ୍ଲୀ ୭/୧୦: ଦେଶ ଦେଶ ଭିତରେ ଯୁଦ୍ଧ ହେଲେ ସବୁଠାରୁ ଅଧିକ ଚର୍ଚ୍ଚା ହୁଏ ପରମାଣୁ ବୋମାକୁ ନେଇ  । ପ୍ରାୟ ସମସ୍ତଙ୍କୁ ଅଳ୍ପ ବହୁତେ ଜଣା, ପରମାଣୁ ବୋମା ମଣିଷ ତିଆରି କରିଥିବା ଏକ ଏମିତି ଏକ ଅମୋଘ ଅସ୍ତ୍ର  ଯାହା କେଇ ସେକେଣ୍ଡରେ ପୁରା ପୃଥିବୀକୁ ଶ୍ମଶାନ କରିଦେବ ।ଦ୍ବିତୀୟ ବିଶ୍ବଯୁଦ୍ଧରେ ହିରୋସୀମା, ନାଗାସାକୀକୁ ମୃତ୍ୟୁର ଉପତ୍ୟକା କରିଥିବା ସେହି ପରମାଣୁ ବୋମା ତାହାକୁ ଏବେ ବି ପଙ୍ଗୁ ଆଉ ରୋଗ କବଳିତହ୍କ ଇଲାକା କରି ରଖିଛି । ସେହି ପରମାଣୁ ବୋମା ପକାଇଥିବା  ଆମେରିକା ଏବେ ବି ଦୁନିଆର ସବୁଠାରୁ ବଡ ପରମାଣୁ ମହାଶକ୍ତି । କିନ୍ତୁ  ସବୁଠାରୁ ଭୟ ଓ ଆତଙ୍କର କଥା ଟି ହେଲା  ଏହି ପରମାଣୁ ଅସ୍ତ୍ରର ମହାଶକ୍ତି ଆମେରିକା  ଆଜି  ସୁଦ୍ଧା ୩ଟି ପରମାଣୁ ବୋମା ହଜାଇ ଦେଇଛି । ଯାହାର କି କୌଣସି ସନ୍ଧାନ ମିଳୁନି ।ହଜିଥିବା ବୋମା ମଧ୍ୟରୁ ଗୋଟିଏ ବିନା ବିସ୍ଫୋଟକ ଥର୍ମୋନ୍ୟୁକ୍ଲିୟର ବା ହାଇଡ୍ରୋଜେନ ବମ୍‌ । ତଥ୍ୟ ମୁତାବକ ଏହି ପରମାଣୁ ବୋମା ହିରୋସୀମାରେ ହାହାକାର ସୃଷ୍ଟି କରିଥିବା  ପରମାଣୁ ବୋମା  ଠାରୁ ୭୦ ଗୁଣ ଅଧିକ ଶକ୍ତିଶାଳୀ । ସେହିଭଳି ମହାଭୟଙ୍କର ଆଉ ବିଧ୍ବଂସୀ ୩ ଟି ପରମାଣୁ ବୋମା ହଜାଇଛି ଆମେରିକା । ୧୯୫୮ରୁ ୧୯୬୮, ୧୦ ବର୍ଷ ମଧ୍ୟରେ ନିଖୋଜ ହୋଇଛି ଆମେରିକା ସରକାରଙ୍କ ତିନି ବୋମା । ସବୁଠୁ ଚିନ୍ତାଜନକ ହେଲା ସେହି ପରମାଣୁ ବେମା ଗୁଡିକ ନେଇ  ଆଜି ସୁଦ୍ଧା କେହି ବି କିଛି ଟେର୍‌ ପାଇନାହାନ୍ତି । କେମିତି ହଜିଲା ନ୍ୟକ୍ଲିୟର ବମ୍‌ ଆଉ ଏବେ ସେ ସବୁ କେଉଁଠି ଅଛି ?

Watch Video: କଣ ଏହି ପରମାଣୁ ବୋମା ହଜିବାର ପୁରା କାହାଣୀ ? ଲିଙ୍କ୍‌ରେ କ୍ଲିକ କରନ୍ତୁ​​​​​​​​​​​​​​