ଗୌହାଟୀ: ନିଟ୍ ପରୀକ୍ଷା ଅନିୟମିତତା ବିରୋଧରେ ଆସାମ ମନ୍ତ୍ରୀ କେଶବ ମହନ୍ତଙ୍କ ଝିଅ ଗୌହାଟୀରେ ପ୍ରଦର୍ଶନ କରୁଥିବା ଭିଡିଓ ସାମ୍ନାକୁ ଆସିଛି। ତେବେ ତାଙ୍କ ପିତାଙ୍କୁ ଟ୍ରୋଲ ନ କରିବାକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା ଜନତାଙ୍କୁ ନିବେଦନ କରିଛନ୍ତି। ପରୀକ୍ଷା ଅନିୟମିତତା ବିରୋଧରେ ଗୁରୁବାର ଗୌହାଟୀରେ ହୋଇଥିବା ବିକ୍ଷୋଭରେ ଆସାମ ଗଣ ପରିଷଦ (ଏଜିପି) ନେତା କେଶବ ମହନ୍ତଙ୍କ ଝିଅ ଦିବିସା ମଧ୍ୟ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଉଥିବା ତାଙ୍କ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ସେୟାର ହେଉଛି।

ସେହି ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ମୋତେ ଲାଗୁ ନାହିଁ ଝିଅ ବିକ୍ଷୋଭରେ ଯୋଗ ଦେବା ପାଇଁ କେଶବ ମହାନ୍ତଙ୍କୁ ଆମେ ଟାର୍ଗେଟ୍ କରିବା କି ଟ୍ରୋଲ କରିବା ଉଚିତ। ହୁଏତ ତାଙ୍କ ଝିଅ ପିତାଙ୍କ ରାଜନୈତିକ ବିଚାରଧାରାକୁ ଗ୍ରହଣ କରୁନଥାଇ ପାରନ୍ତି। କାଲି ଯେତେବେଳେ ମୋ ପୁଅ ଓକିଲାତି କରିବ ସେତେବେଳେ ସେ ଏପରି କୌଣସି ବ୍ୟକ୍ତିଙ୍କ କେସ୍ ନେଇ ପାରେ ଯାହାକୁ ମୁଁ ପସନ୍ଦ କରୁ ନଥାଇପାରେ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିଲା ଥରେ ବଡ଼ ହୋଇଗଲେ ସେମାନଙ୍କ କାର୍ଯ୍ୟକୁ ସେମାନଙ୍କ ମାତାପିତାଙ୍କ ସହ ଯୋଡାଯିବ ଉଚିତ ନୁହେଁ। ସେ ବିକ୍ଷୋଭରେ ଦେଉଥିବା ସ୍ଲୋଗାନରେ ମୁଁ ସହମତ ନୁହେଁ। ତାଙ୍କୁ ଯଦି ମୁଁ କେବେ ଭେଟେ ତେବେ ଏ ବିଷୟରେ ତାଙ୍କ ସହ କଥା ହେବି ଓ ତାଙ୍କୁ ବୁଝେଇବି ସେ ଯେଉଁ ସ୍ଲୋଗାନ ଦେଉଥିଲେ ତାହା ଠିକ୍ ନଥିଲା। କକ୍ରୋଚ ଜନତା ପାର୍ଟି (ସିଜେପି)ର ୩୬ ଦିବସୀୟ ଧାରଣା ଶନିବାର ଦିଲ୍ଲୀରେ ସମାପ୍ତ ହୋଇଛି। ଏହି ବିକ୍ଷୋଭକକୁ ଦେଶରେ ପ୍ରଥମ ଥର ଯୁବ ନେତୃତ୍ୱଙ୍କ ଅଭୂତପୂର୍ବ ଜିତ୍ ଭାବେ ଦେଖା ଯାଉଛି, ଯେଉଁଥିରେ ନିଟ୍ ୟୁଜି ପରୀକ୍ଷା ଅନିୟମିତତା ବିରୋଧରେ ଲକ୍ଷଲକ୍ଷ ଲୋକ ଏକଜୁଟ୍ ହୋଇଥିଲେ।