ଭୁବନେଶ୍ୱର ୨୩।୧୧ : ବିଧାନସଭା ଶୀତ ଅଧିବେଶନରେ ଉଠିଥିବା ଝଡ଼ ଆଜି ଥମିପାରେ। ବିରୋଧୀ ଦଳ ଗୃହ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ବିଜେଡି ଏ ନେଇ ସହମତ ହୋଇଥିବା ବେଳେ କଂଗ୍ରେସର ଆଭିମୁଖ୍ୟ ଏବେ ବି ଅସ୍ପଷ୍ଟ ରହିଛି। ଦଳ ଆଜି ସକାଳେ ଏ ନେଇ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।

୧୮ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ବିରୋଧୀ ଦଳ ବନ୍ୟା ଓ କୋଟିଆ ପ୍ରସଙ୍ଗ ନେଇ ହଙ୍ଗାମା ଆରମ୍ଭ କରିଥିଲେ। ବନ୍ୟା ମୁକାବିଲାରେ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ବିଜେଡି ଲଗାତାର ନାରାବାଜି ଚଳାଇଥିଲା।

Also Read:-ସୁନାରେ ମିଶୁଛି ଭୟଙ୍କର ଜିନିଷ : ୨୦ କ୍ୟାରେଟ୍ ସୁନା ପାଲଟିଯାଉଛି ୨୨ କ୍ୟାରେଟ୍, ଧରା ବି ପଡୁନି !

ସେହିପରି କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ପ୍ରତିଦିନ ହଟ୍ଟଗୋଳ ଜାରି ରଖିଥିଲା। ତେଣୁ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ କୌଣସି ଦିନ ଗୃହ କାର୍ଯ୍ୟ ସ୍ଵାଭାବିକ ହୋଇପାରିନଥିଲା। ୨୧ ଓ ୨୨ ତାରିଖ ଗୃହ କାର୍ଯ୍ୟ ବନ୍ଦ ଥିବାବେଳେ ଆଜି ପୁଣି ବିଧାନସଭା ଗୃହ କାର୍ଯ୍ୟ ଚାଲିବ। ସର୍ବଦଳୀୟ ବୈଠକର ଆଲୋଚନା ଅନୁସାରେ ଗୃହ କାର୍ଯ୍ୟ ସ୍ଵାଭାବିକ ରହିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।