ଗୌହାଟୀ: ଆସାମର ରାଜଧାନୀ ଗୌହାଟୀରୁ ଏକ ଅତ୍ୟନ୍ତ ନୃଶଂସ ଏବଂ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଚରିତ୍ରକୁ ସନ୍ଦେହ କରି ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଅତି ନିଷ୍ଠୁର ଭାବେ ମୁଣ୍ଡ କାଟି ହତ୍ୟା କରିଛି। ଏହି ଘଟଣା ପରେ ଅଭିଯୁକ୍ତ ପୋଲିସ୍ ଗାଡ଼ିରୁ ଡେଇଁ ପଡ଼ିବାରୁ ତାର ମଧ୍ୟ ମୃତ୍ୟୁ ଘଟିଛି। ରବିବାର ଅଭିଯୁକ୍ତର ସାତ ଦିନିଆ ରିମାଣ୍ଡ ଅବଧି ପୂରା ହେଉଥିଲା ଏବଂ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବାର ଥିଲା। ହେଲେ ଏହା ପୂର୍ବରୁ ଅଭିଯୁକ୍ତର ମୃତ୍ୟୁ ଘଟିଛି

ଗୋଟିଏ ବର୍ଷ ପୂର୍ବେ ହୋଇଥିଲା ବିବାହ

ରିୟା ଏବଂ ରାମାନୁଜଙ୍କ ବିବାହ ଗତ ବର୍ଷ ହୋଇଥିଲା। ହେଲେ ପତ୍ନୀଙ୍କ ପର ପୁରୁଷ ସହ ଅବୈଧ୍ୟ ସଂପର୍କ ଥିବା ନେଇ ସନ୍ଦେହ କରୁଥିଲେ ରାମାନୁଜ। ସେପ୍ଟେମ୍ବର ୩ରେ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା ଏବଂ ସେହି ଦିନ ରାମାନୁଜ ରିୟାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା। ହତ୍ୟା ପରେ ସେ ଫେରାର ହୋଇ ଯାଇଥିଲା। ଯେବେ ଘରୁ ଦୁର୍ଗନ୍ଧ ଆସିଲା ପଡ଼ୋଶୀ ପୋଲିସକୁ ଏହାର ସୂଚନା ଦେଇଥିଲେ। ପୋଲିସ ଘରେ ପଶି ଚଟାଣରେ ରିୟାଙ୍କ ମୁଣ୍ଡ ବିହୀନ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲା। ଆଉ ମୁଣ୍ଡ ଫ୍ରିଜରେ ଥିଲା।

Also Read: ସୈତାନ ସାଜିଲା ବାପା, ନିଜ ହାତରେ ନେଇଗଲା ତିନି ଝିଅଙ୍କ ଜୀବନ

ହତ୍ୟା କରି ଅନୁତପ୍ତ ନୁହେଁ ଅଭିଯୁକ୍ତ

ହତ୍ୟାର ଗୋଟିଏ ଦିନ ପରେ ଅଭିଯୁକ୍ତ ଥାନାରେ ଆତ୍ମ ସମର୍ପଣ କରିଥିଲା। ପୋଲିସ ହେପାଜତ ସମୟରେ ଅଭିଯୁକ୍ତ ରାମାନୁଜ ଏକ ବଡ଼ ବୟାନ ଦେଇଥିଲା। ସେ ଜେଲରୁ ଆସିବା ପରେ ପତ୍ନୀର ଶୁଗାର ଡାଡିକୁ ମଧ୍ୟ ହତ୍ୟା କରିବ। ସେ ଏହା ମଧ୍ୟ କହିଥିଲା ଯେ, ଏହି ହତ୍ୟାକୁ ନେଇ ସେ କୌଣସି ପ୍ରକାରର ଅନୁଶୋଚନା କି ଅନୁତପ୍ତ ନୁହେଁ। ମୁଁ ଯାହା କିଛି ବି କରିଛି, ବହୁତ ଭାବିଚିନ୍ତି କରିଛି। ଏଥିପାଇଁ କ୍ଷମା ମାଗିବି ନାହିଁ। ଅଭିଯୁକ୍ତ ରାମାନୁଜ ଅତ୍ୟନ୍ତ ନିଶାଖୋର ଥିଲା ଏବଂ ତାର ଚିକିତ୍ସା ଚାଲିଥିଲା। ରାମାନୁଜ କ୍ୟାବ୍ ଚଲାଇ ପରିବାର ଭରଣପୋଷଣ କରୁଥିଲା।

Also Read: ୬ ଲକ୍ଷର ସୁପାରୀ, ୩ଟି ପ୍ଲାନ୍; କୋଟିପତି ଶ୍ୱଶୁରଙ୍କୁ ହତ୍ୟା ପାଇଁ ବୋହୂର ଭୟାନକ ଚକ୍ରାନ୍ତ !

ପୋଲିସ ଅନୁଯାୟୀ, ଅଭିଯୁକ୍ତ ରହୁଥିବା ଘରୁ ଅନେକ ମଦ ବୋତଲ ମିଳିଥିଲା। ଏହା ସହିତ ଏକ ବଡ଼ ଛୁରୀ ମଧ୍ୟ ମିଳିଥିଲା। ଉଭୟଙ୍କ ମଧ୍ୟରେ ସର୍ବଦା ଝଗଡ଼ା ଲାଗି ରହୁଥିଲା। ହତ୍ୟାକାଣ୍ଡ ଦିନ ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, କିନ୍ତୁ ଦୁହେଁ ପରେ ଶାନ୍ତ ରହିଥିଲେ। କିନ୍ତୁ ପରବର୍ତ୍ତୀ ଦିନ ଗରୁ ଦୁର୍ଗନ୍ଧ ଆସିବାରୁ ଲୋକେ ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ।