ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣାକୁ ନେଇ ମତଭେଦ ସୃଷ୍ଟି ହୋଇଛି । ଦିଲ୍ଲୀରେ କଂଗ୍ରେସ ନେତା ପ୍ରମୋଦ ତିୱାରୀଙ୍କ ଘରେ ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହେବା ପୂର୍ବରୁ ଏସପି ରାଷ୍ଟ୍ରୀୟ ମହାସଚିବ ରାମ ଗୋପାଳ ଯାଦବ ଏକ ବଡ଼ ବୟାନ ଦେଇଥିଲେ । ସେ କହିଥିଲେ ଯେ ସମାଜବାଦୀ ପାର୍ଟି ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସକୁ ୨୬ ଆସନର ପ୍ରସ୍ତାବ ଦେଇଛି ।

ସମାଜବାଦୀ ପାର୍ଟିର ଏହି ପ୍ରସ୍ତାବ ଉପରେ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କେବଳ ୨୬ ଆସନ ପ୍ରସ୍ତାବ ଉପରେ ପ୍ରଶ୍ନର ଜବାବରେ କଂଗ୍ରେସ ସାଂସଦ ଇମରାନ ମସୁଦ କଡ଼ା ବୟାନ ଦେଇଛନ୍ତି । ସେ କହିଛନ୍ତି, 'ମୁଁ ଜାଣିନି କେବେ ଦେଉଛି, ଆପଣ ଜାଣିଥିବେ, ମୁଁ କାହାକୁ ଭିକ ମାଗୁନାହିଁ ।‘

 

ଦ୍ୱିତୀୟ ପର୍ଯ୍ୟାୟ ବୈଠକ ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ରାମ ଗୋପାଳ ଯାଦବ ସ୍ପଷ୍ଟ କରିଛନ୍ତି ଯେ କଂଗ୍ରେସକୁ ୨୬ଟି ଆସନ ଅଫର କରାଯାଇଛି । ଏହି ସଂଖ୍ୟା ପଛରେ ଥିବା ଫର୍ମୁଲା ଉଲ୍ଲେଖ କରି ସେ କହିଛନ୍ତି, "ଆମେ କଂଗ୍ରେସକୁ ଦୁଇଟି ଆସନ ଦେଇଛୁ ଯେଉଁଠାରେ ଦଳ ଦ୍ୱିତୀୟ ସ୍ଥାନରେ ଥିଲା, ଏବଂ ଅନ୍ୟ ୨୦ଟି ଆସନ ଦେଇଛୁ ଯେଉଁଠାରେ ଆମେ (ଏସପି) ୬୦,୦୦୦ ରୁ ୭୦,୦୦୦ ଭୋଟ ପାଇଥିଲୁ, ଯେତେବେଳେ କଂଗ୍ରେସ କେବଳ ୨୦୦୦ ପାଖାପାଖି ପାଇଥିଲା । ଆଜି ଆସନ ବଣ୍ଟନ ଚୂଡ଼ାନ୍ତ ହେବ କି ବୋଲି ପଚରାଯିବାରୁ ସେ କହିଥିଲେ, "କଂଗ୍ରେସର ଯାହା ଭାଗ ଅଛି, ତାହା ସେହି ଅନୁସାରେ ଦିଆଯିବ, ହରାଇଥିବା ଆସନଗୁଡ଼ିକ କ୍ୱଚିତ୍ ଦିଆଯିବ ।"

ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ଆସନ ବଣ୍ଟନ ପ୍ରକ୍ରିୟାକୁ ବିଜେପି ତୀବ୍ର କଟାକ୍ଷ କରିଛି । ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଦୟାଶଙ୍କର ସିଂହ ବାଲିଆରେ କହିଛନ୍ତି ଯେ ସମାଜବାଦୀ ପାର୍ଟି (ସପା) ଏବଂ କଂଗ୍ରେସ "ବିପରୀତ ମେରୁ" ଏବଂ କେବଳ ନିଜର ରାଜନୈତିକ ସ୍ୱାର୍ଥ ପୂରଣ କରିବା ପାଇଁ ଏକାଠି ହେଉଛନ୍ତି ।