Asha Bhosle Odia song: ବଲିଉଡ୍ ମେଲୋଡୀ କ୍ୱିନ ଆଶା ଭୋସ୍ଲେଙ୍କର ୯୨ ବର୍ଷ ବୟସରେ ପରଲୋକ ହୋଇଛି। ମାତ୍ର ୧୦ ବର୍ଷ ବୟସରେ ୧୯୪୩ ମସିହାରେ ସଂଗୀତ ଯ।ତ୍ରା ଆରମ୍ଭ କରିଥିବା ଆଶା ଦୀର୍ଘ ୮୦ ବର୍ଷର ମ୍ୟୁଜିକ କ୍ୟରିୟରରେ ୧୨ ହଜାରରୁ ଅଧିକ ଗୀତ ଗାଇଛନ୍ତି। ୨୦ରୁ ଅଧିକ ଭାରତୀୟ ଏବଂ ବିଦେଶୀ ଭାଷାରେ ଗୀତ ଗାଇଛନ୍ତି ଏହି ଦିମ୍ବଗତ ମେଲୋଡି କ୍ୱିନ। ଏଥିରେ ହିନ୍ଦୀ, ମରାଠୀ, ବଙ୍ଗାଳୀ, ଓଡ଼ିଆ, ଗୁଜରାଟୀ, ପଞ୍ଜାବୀ, ତାମିଲ, ତେଲୁଗୁ ସମେତ ଇଂରାଜୀ ଏବଂ ରୁଷୀୟ ଭାଷା ମଧ୍ୟ ସାମିଲ ରହିଛି। ୨୦୧୭ ମସିହାରେ ଆଶା ଶେଷ ଥର ପାଇଁ ତାଙ୍କ ନାତୁଣୀ ଜାନାଇଙ୍କ ସହ ଓଡ଼ିଆ ଗୀତ ଗାଇଥିଲେ।

Also Read-Asha and Lata Age Difference: ଆଶା ଭୋସଲେ ଓ ଲତା ମଙ୍ଗେସକରଙ୍କ ମଧ୍ୟରେ ବୟସର ପାର୍ଥକ୍ୟ କେତେ ? ସମାନ ବୟସରେ ଚାଲିଗଲ ଦୁଇ ଭଉଣୀ…

ଆଶାଙ୍କ ସୁପର ହିଟ୍ ଓଡ଼ିଆ ଗୀତ

ଆଶା ଭୋସ୍‌ଲେ ଏକାଧିକ ଓଡ଼ିଆ ଗୀତ ଗାଇଛନ୍ତି। ୧୯୮୧ ମସିହାରେ ଆରତୀ ସିନେମାର ସେ ଗାଇଥିବା ‘ଜହ୍ନ ଗୋ ତୁମେ ଝୁରନା’ ଆଜି ବି ପ୍ରତି ଓଡ଼ିଆଙ୍କ ହୃଦୟରେ ଘର କରି ରହିଛି। ସେହିପରି ‘ଝିମି ଝିମି ତା ମଜା ଡାକିଲେ ନ ଛାଡ଼ିବୁ’ (ସମୟ-୧୯୭୬), ‘ମୁ ହଜିଛି ତୁମ ଆଖିର’ ( ସନ୍ଧ୍ୟାତାରା ୧୯୭୭) ଏବଂ ‘ ତୋ ନାଁରେ ପିନ୍ଧିଲି ଶାଢ଼ି’ (ମାଆ, ୧୯୫୯) ଭଲି ଓଡ଼ିଆ ଗୀତ ଗାଇଛନ୍ତି ଆଶା। ବନ୍ଦେ ଉତ୍କଳ ଜନନୀ ମଧ୍ୟ ଆଶାଙ୍କ ସ୍ୱରରେ ବେସ୍ ଲୋକପ୍ରିୟ ହୋଇଛି।
Also Read-Asha Bhosle: ପ୍ରତିଧ୍ୱନିତ ହେଉଥିବା ମେଲୋଡି କ୍ୱିନଙ୍କ ସ୍ୱର: ଆଶା ଭୋସ୍ଲେଙ୍କ ବିୟୋଗରେ ମୋଦୀଙ୍କ ଠୁ ମମତା ଜଣାଇଲେ ଶ୍ରଦ୍ଧାଞ୍ଜଳୀ

ସେ ଓଡ଼ିଶାର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର, ଶାନ୍ତନୁ ମହାପାତ୍ର ଏବଂ ଭୁବନ-ହରିଙ୍କ ନିର୍ଦ୍ଦେଶନାରେ ଅଧିକାଂଶ ଗୀତ ଗାଇଛନ୍ତି। ଆଶା ଭୋସ୍ଲେ ପାଖାପାଖି ୧୦-୧୫ଟିରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି। ତେବେ ୨୦୧୭ରେ ପ୍ରଥମ ଓଡ଼ିଆ ଜଗନ୍ନାଥ ଭଜନ ମଣିମାରେ କଣ୍ଠଦାନ କରିଥିଲେ ଆଶା। ଦେବୀତୋଷ ଆଚାର୍ଯ୍ୟଙ୍କ ଦ୍ୱାରା ପ୍ରଯୋଜିତ ଓ ଦେବୀତୋଷ ଆଚାର୍ଯ୍ୟଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଗୀତର କ୍ରିଏଟିଭ ଡାଇରେକ୍ଟର ଥିଲେ ଅଭିନାଶ ନନ୍ଦ। ସେହିପରି ସମ୍ବଲପୁରୀ ସିନେମା ଚିନିରେ ମଧ୍ୟ କଣ୍ଠଦାନ କରିଛନ୍ତି ଆଶା।

ଆଶା ଭୋସ୍‌ଲେଙ୍କର କିଛି ଲୋକପ୍ରିୟ ଓଡ଼ିଆ ଗୀତ ଦେଖନ୍ତୁ-

ମଣିମା ଭଜନ-

ଜହ୍ନ ଗୋ ତୁମେ ଝୁରନା-

ଝିମି ଝିମି ତା ମଜା-

ମୋଇନା ମୋଇନା-

ବନ୍ଦେ ଉତ୍କଳ ଜନନୀ-

ଚିନି ସିନେମା ଗୀତ-