ନୂଆଦିଲ୍ଲୀ, ୧୦/୦୯ : ଲଞ୍ଚ୍ ହେଲା ଆପଲର ଦୁଇ ନୂଆ ଫୋନ୍ । ଆପଲ ନିଜର ସରପ୍ରାଇଜ୍ ଏବଂ ସାଇନ୍ ଇଭେଣ୍ଟରେ ଆଇଫୋନ୍-୧୮ ପ୍ରୋ ଏବଂ ଆଇଫୋନ୍ ୧୮ ପ୍ରୋ ମାକ୍ସକୁ ଲଞ୍ଚ୍ କରିଛି । ଗତବର୍ଷ ଆସିଥିବା ଆଇଫୋନ୍-୧୭ ସିରିଜ୍ ଅପେକ୍ଷା ଏଥିରେ ଅଧିକ ଫିଚର୍ସ ରହିଛି । ଏହାହସହ ଅନେକ ଅପଗ୍ରେଡେଡ୍ ମଧ୍ୟ କରାଯାଇଛି ।

Also Read :- ନିବେଶ ନାଁରେ ୬୩୫ କୋଟି ଟଙ୍କା ଠକେଇ, ତିଆରି କରିଥିଲେ ଫେକ୍ ପେମେଣ୍ଟ ଆପ୍ : ୬ ଗିରଫ

ନୂଆ ସ୍ମାର୍ଟ ଫୋନରେ ଆପଲ ଆଡଭାନ୍ସଡ୍ ୨ ଏନଏମ୍ ଜେନେରେସନ୍ ବିଶିଷ୍ଟ ଏ୨୦ ପ୍ରୋ ଚିପସେଟ୍, ନୂଆ ଇନ୍ ହାଉସ୍ ସି-୨ ମଡେମ୍ ଏବଂ ଏକାସଙ୍ଗେ ତିନୋଟି ଆକ୍ଟିଭିଟିଜ୍ ଦେଖାଇ ପାରୁଥିବା ଡାଇନାମିକ୍ ଆଇଲେଡ୍ ପ୍ରଦାନ କରିଛି ।

କେତେ ରହିଛି ଦାମ୍

ଦାମ୍ ଉପରେ ନଜର ପକାଇଲେ ଆଇଫୋନ୍ ୧୮ ପ୍ରୋର ପ୍ରାରମ୍ଭିକ ମୂଲ୍ୟ ୧୬୪,୯୦୦ ଟଙ୍କା ଏବଂ ଆଇଫୋନ୍ ୧୮ ପ୍ରୋ ମାକ୍ସର ଦାମ୍ ୧୭୯,୯୦୦ ଟଙ୍କା ରହିଛି । ୨୫୬ ଜିବି ବ୍ୟତୀତ ଏହା ୫୧୨ ଜିବି, ୧ ଟିବି, ୨ ଟିବି ଷ୍ଟୋରଜରେ ଉପଲବ୍ଧ । ୧୮ ପ୍ରୋର ୫୧୨ ଜିବି ବିଶିଷ୍ଟ ଭାରିଏଣ୍ଟର ଦାମ୍ ୧୮୯,୯୦୦ ଟଙ୍କା ରହିଛି । ସେହିପରି ୧ଟିବି ବିଶିଷ୍ଟ ଭାରିଏଣ୍ଟର ଦାମ୍ ୨୩୯୯୦୦ ଟଙ୍କା ରହିଛି । ସେହିପରି ୨ଟିବି ଭାରିଏଣ୍ଟର ଦାମ୍ ୩୧୪୯୦୦ ଟଙ୍କା ରହିଛି ।

କ'ଣ ରହିଛି ସ୍ପେସିଫିକେସନ୍

ଉଭୟ ମଡେଲରେ ଆଇଓଏସ ୨୭ ସଫ୍ଟଓୟାର ରହିଛି । ୧୮ ପ୍ରୋରେ ୬.୩ ଇଞ୍ଚର ସ୍କ୍ରିନ୍ ମିଳୁଛି । ପ୍ରୋ ମାକ୍ସରେ ୬.୯ର ବଡ ସ୍କ୍ରିନ୍ ମିଳିବ । ଏ୨୦ ପ୍ରୋ ପାଇଁ ଏହାର ପ୍ରୋସେସର ବହୁତ ଫାଷ୍ଟ୍ ହେବ । କ୍ୟାମେରାକୁ ଦେଖିଲେ ଏଥିରେ ୪୮ ଏମପିର ଫ୍ୟୁଜନ୍ ପ୍ରାଇମେରୀ ସେନସର୍, ୪୮ ମେକାପିକ୍ସଲର ଅଲଟ୍ରା ଓ୍ୱାଇଡ୍ ଲେନ୍ସ ଏବଂ ୪୮ ମେଗାପିକ୍ସଲର ଟେଲିସ୍କୋପିକ୍ ସେନ୍ସ ରହିଛି । ସେଲଫି ପାଇଁ ୧୮ ମେଗାପିକ୍ସଲର ଫ୍ରଣ୍ଟ୍ କ୍ୟାମେରା ରହିଛି । ସିଙ୍ଗଲ ଚାର୍ଜରେ ଦୁଇଟି ଫୋନ୍ ୨୪ରୁ ୩୦ ଘଣ୍ଟା ଯାଏଁ ଚାଲିବ ବୋଲି କମ୍ପାନୀ ଦାବି କରୁଛି ।