ମୁମ୍ଵାଇ ୦୭।୧୦; ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ଲୋକପ୍ରିୟ ୟୁଟ୍ୟୁବର୍ 'ରେବେଲ୍ କିଡ୍' ଅପୂର୍ବା ମୁର୍ଖାଜୀ । ନିକଟରେ ଭାଇରାଲ୍ ହୋଇଥିବା ନିଜର ଏକ ପ୍ରାଇଭେଟ୍ ଭିଡିଓକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଏକ ପାର୍ଟିରେ ବୟଫ୍ରେଣ୍ଡ୍ ଅମିନ୍ ଜାଜଙ୍କ ସହ କିସ କରୁଥିବା ବେଳେ ଏହି ଭିଡିଓ ଭାଇରାଲ ହେବା ପରେ ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ନେଇ କହିଛନ୍ତି।

ପୁରୁଣା ଭିଡିଓ

ଅପୂର୍ବା ନିଜର ଭ୍ଲଗରେ ସ୍ପଷ୍ଟ କରିଛନ୍ତି ଯେ ଭାଇରାଲ ହୋଇଥିବା କିସର ଭିଡିଓଟି ପ୍ରାୟ ଏକ ବର୍ଷ ପୂର୍ବର। ତାହା ଏକ ଘରୋଇ ପାର୍ଟିର ଥିଲା। ଯାହାକୁ ସେମାନଙ୍କ ଅଜାଣତରେ କେହି ଲୁଚିକି ରୋକର୍ଡ କରିଥିଲେ। ଲଣ୍ଡନର ହିଥ୍ରୋ ବିମାନବନ୍ଦରରେ ପହଞ୍ଚିବା ପରେ ଯେତେବେଳେ ତାଙ୍କ ଫୋନ୍ରେ ମେସେଜର ସୁଅ ଛୁଟିଥିଲା, ସେତେବେଳେ ସେ ସ୍ତବ୍ଧ ହୋଇଯାଇ ଖୁବ୍ କାନ୍ଦିଥିଲେ। ଏହି ଘଟଣା ପରେ ତାଙ୍କ ପରିବାର ଏବଂ ପିତାମାତା ମଧ୍ୟ ବେଶ୍ ଭାଙ୍ଗିପଡିଥିବା ନେଇ ପ୍ରକାଶ କରିଛନ୍ତି।

ଅମିନ୍ ଜାଜ୍ କିଏ ?

ଅପୂର୍ବା ଯାହାଙ୍କ ସହ ନଜର ଆସିଛନ୍ତି, ସେ ହେଉଛନ୍ତି ପଡକାଷ୍ଟର୍ ତଥା ଡିଜେ ଅମିନ୍ ଜାଜ୍ । ସେ ୨୦୨୦ ମସିହାରେ ଆରମ୍ଭ ହୋଇଥିବା ନିଜର ପଡକାଷ୍ଟ 'ଅନଟ୍ରିଗର୍ଡ ୱିଥ୍ ଅମିନ୍ ଜାଜ୍' ପାଇଁ ଜଣାଶୁଣା। ସେ 'ରେବେଲ୍ କିଡ୍'ଙ୍କ ସହ ଡେଟିଂ କରୁଥିବା ନେଇ କିଛି ସମୟ ଧରି ଚର୍ଚ୍ଚା ଚାଲିଆସୁଛି। ଅମୀନ୍ ଜଣେ ମୁସଲମାନ ହୋଇଥିବାବେଳେ ଅପୂର୍ବ ଜଣେ ହିନ୍ଦୁ ଅଟନ୍ତି। ଉଭୟଙ୍କ ସମ୍ପର୍କ ବିଷୟରେ ଖବର ସାମ୍ନାକୁ ଆସିବା ପରେ ସେମାନଙ୍କୁ ଟ୍ରୋଲ୍ର ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା।